ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ରେ ରାଜ୍ୟ କୁ ମନୋନୀତ

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ରେ ରାଜ୍ୟ କୁ ମନୋନୀତ

ଜୁନାଗଡ଼,୨୩/୧୧(ମନିସ) ଜୁନାଗଡ଼ ସହର ସ୍ଥିତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ପାଇଁ ବିଜ୍ଞାନ ପ୍ରକଳ୍ପ ରେ ରାଜ୍ୟ ସ୍ତର କୁ ମନୋନୀତ ହୋଇଅଛି। ଗତ ନଭେମ୍ବର ୧୯ ଏଵଂ ୨୦ ତାରିଖରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସର୍ଗିଫୁଲ ମହୋତ୍ସବ୨୦୨୪ ରେ ଜିଲ୍ଲା ସ୍ତର ରେ ସଫଳତାର ସହିତ ନିଜର ପାରଙ୍ଗମତା ଦେଖାଇ ଜୋନାଲ୍ ସ୍ତର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଗତ ୨୨ ତାରିଖ ରେ ଅନୁଷ୍ଠିତ ଜୋନାଲ୍ ସ୍ତର ବିଜ୍ଞାନ ପ୍ରଦର୍ଶନୀ ରେ ଏ ବର୍ଷ ପାଇଁ ମଧ୍ୟ ନିଜର ଉତ୍କର୍ଷତା ପ୍ରତିପାଦନ କରି ରାଜ୍ୟ ପାଇଁ ଯୋଗ୍ୟ ବିବେଚିତ ହୋଇଅଛି। ଦୁଇ ଛାତ୍ରୀ ସୁଶ୍ରୀ କମଳିନୀ ସିଂ ( ଦଶମ ଶ୍ରେଣୀ) ଏଵଂ ସୁଶ୍ରୀ ଜ୍ୟୋତି ଶ୍ରୀ ଜାନି(ନବମ ଶ୍ରେଣୀ) ଏଵଂ ତାଙ୍କ ଦୁଇ ମାର୍ଗ ଦର୍ଶକ ଶିକ୍ଷକ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଶିଳ କୁମାର ନାଗ ଏଵଂ ବିଜ୍ଞାନ ଶିକ୍ଷକ ତଥା ତାଲିମ୍ ପ୍ରାପ୍ତ ଏନ୍.ସି.ସି ଅଫିସର୍ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ମେହେର ଙ୍କ ଅଭିନବ ପ୍ରେରଣା ରେ ଖୁଵ୍ ସୁନ୍ଦର ଭାବରେ ନିଜର ପ୍ରକଳ୍ପ ଟି କୁ ଉପସ୍ଥାପିତ କରିପାରିଥିଲେ । ପ୍ରକାଶ ଥାଉ କି ତିନି ବର୍ଷ ଧରି ଲଗାତାର ଭାବେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ମେହେର ଏବଂ ବିଜ୍ଞାନ ଶିକ୍ଷକ ସୁଶିଳ କୁମାର ନାଗ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା ଙ୍କ ଆନ୍ତରିକ ପ୍ରେରଣା ପାଇଁ ରାଜ୍ୟ ସ୍ତର ପାଇଁ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ରେ ଯୋଗ୍ୟ ବିବେଚିତ ହୋଇପାରିଛି। ଏପରି କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଅପୁର୍ବ ସଫଳତା ପାଇଁ ଜୁନାଗଡ଼ ଅଞ୍ଚଳ ତଥା ସମଗ୍ର ଏସ୍.ଏସ୍.ଡି ବିଭାଗ ରେ ଖୁସିର ଲହରୀ ଖେଳିଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ପନିପରିବା ଦର ଆକାଶଛୁଆଁ ଖାଉଟି ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!