ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବଧି ସରି2ବର୍ଷ ହେଲା କିନ୍ତୁ ପ୍ରଧାନମନ୍ତ୍ରୀ ସଡ଼କ କାମ ସରିନାହିଁ ,ଲିଖିତ ପ୍ରତିଶୃତି ପାଣି ର ଗାର 

ଅବଧି ସରି2ବର୍ଷ ହେଲା କିନ୍ତୁ ପ୍ରଧାନମନ୍ତ୍ରୀ ସଡ଼କ କାମ ସରିନାହିଁ ,ଲିଖିତ ପ୍ରତିଶୃତି ପାଣି ର ଗାର 

  ମୟୂରଭଞ୍ଜ – ୨୨/୧୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକ ର ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଣିକପୁର ପଂଚାୟତ ର ମାଣିକପୁର ଗାଁ ମୁଣ୍ଡ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ସମ୍ପୂର୍ଣ୍ଣ ଖରାପ l ଏହି ରାସ୍ତା ଟି ପାଟପୁର ଠାରୁ ବଳରାମ ପୁର, ପାଉଁଶିଆ, ବାନ୍ଧଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ କାମ ହେବା କଥା lକାର୍ଯ୍ୟ ଶେଷ ତାରିଖ 24.11.2022 କିନ୍ତୁ ଏବେ ସୁଦ୍ଧା ନୂଆଗାଁ ଏବଂ ମାଣିକପୁର ଗାଁ ଭିତରେ କଂକ୍ରିଟ ହୋଇନାହିଁ l ମାଣିକପୁର ଗାଁ ମୁଣ୍ଡ ରାସ୍ତା ଦେଖିଲେ ଅତିଖରାପ lପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରାଙ୍କୁ ମାଣିକପୁର ପଂଚାୟତ ବାସୀ ଅଭିଯୋଗ କରିଥିଲେ l ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗତ ବର୍ଷ 21.8.23 ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଇରଙ୍ଗପୁରସ୍ଥିତ ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ସାଙ୍ଗରେ ବିଜେଡ଼ି ଜିଲ୍ଲା ଉପସଭାପତି ସୁଭାଷଚନ୍ଦ୍ର ମଣ୍ଡଳଙ୍କୁ ଧରି ଆସିଥିଲେ l ମାଣିକପୁର ପଂଚାୟତବାସୀମାନେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ଏବଂ ବିଜେଡ଼ି ଜିଲ୍ଲା ଉପସଭାପତି ଶ୍ରୀ ମଣ୍ଡଳଙ୍କୁ 3 କିଲୋମିଟର ରାସ୍ତା ଚଲାଇ ପ୍ରଧାନମନ୍ତ୍ରୀ ସଡ଼କ କାମ କିପରି ନିମ୍ନମାନର ହୋଇଛି ତାହାକୁ ଦେଖାଇଥିଲେ l ନିମ୍ନମାନ କାମ ପାଇଁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ lଲିଖିତ ପ୍ରତିଶୃତି ପାଣିର ଗାର l ଆଜି ପର୍ଯ୍ୟନ୍ତ ନୂଆଗାଁ ଏବଂ ମାଣିକପୁର ଗାଁ ଭିତରେ କଂକ୍ରିଟ ହୋଇପାରିନାହିଁ l ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଙ୍କ ଯୋଗାଯୋଗ ହୋଇ ପାରି ନାହିଁ lମାଣିକପୁର ଗାଁ ମୁଣ୍ଡ କଥା ନ କହିବା ଭଲ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମାନଝେର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

masiha

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ପରିକ୍ରମା 

Sunil Chandra Nayak

Leave a Comment

error: Content is protected !!