ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ରେ ଗ୍ରାହକ ସେବା ବ୍ୟାହତ / ବିଜାତଳା ବ୍ୟାଙ୍କ ରେ ଗ୍ରାହକ ହନ୍ତସନ୍ତ 

ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ରେ ଗ୍ରାହକ ସେବା ବ୍ୟାହତ / ବିଜାତଳା ବ୍ୟାଙ୍କ ରେ ଗ୍ରାହକ ହନ୍ତସନ୍ତ 

 ମୟୂରଭଞ୍ଜ – ୨୨/୧୧( ମସିହା)ବାମନଘାଟି ଉପଖଣ୍ଡ ର ବିଜାତଳା ବ୍ଲକ ରେ ବିଜାତଳାବ୍ୟାଙ୍କ ଅଫ ଇଣ୍ଡିଆ ଉପରେ 12ଟି ପଂଚାୟତ ଲୋକ ମାନେ ନିର୍ଭର କରିଥାନ୍ତି l ଅଧିକକାଶ ସମୟ ରେ ଲିଙ୍କ ଫେଲ ଯୋଗୁଁ ବ୍ୟାଙ୍କ ରୁ ଟଙ୍କା ଉଠାଣ, ଜମା ଗ୍ରହଣ ଓ ଟଙ୍କା ଟ୍ରାନ୍ସଫର ଭଳି ସମସ୍ୟା ରେ ଆଉଟପାଉଟ ହେଉଛନ୍ତି ଶହ ଶହ ଗ୍ରାହକ l କେୟାସି ଆପଡେଟ ପାଇଁ 15ଦିନ ଲାଗୁଚି l ପାଖରେ ଏଟିମ ସ୍ଥାପନ କରାଯାଇଛି lହେଲେ ଏଟିଏମ ବାରମ୍ବାର ଅଚଳ ସାଙ୍ଗ କୁ ଟଙ୍କା ରହୁ ନ ଥିବା ଯୋଗୁଁ ଅଂଚଳବାସୀ ହଇରାଣ ହେଉଛନ୍ତି lବିଜାତଳା ସାପ୍ତାହିକ ହାଟରେ ବ୍ଲକ ଅଂଚଳର 12ଟି ପଞ୍ଚାୟତ ବିଜାତଳା, ବଣକାଟି, ମୁଣ୍ଡାଠାକୁରା, ଲୁହାଶିଳା, ଖନ୍ତ, ନୁସାଡ଼ିହି, ଚଢେଇପାହାଡି, ସରଗଡା, ମଢେଇକଚା, ମାଣିକପୁର, ରାଇହରି, ବଡ଼ଝରଣ ସମେତ ବିଶୋଇ ବ୍ଲକର ଲୁହାକାନି, ବଡ଼ମାଣଦା, ଅସନା, ଗ୍ରାମପଞ୍ଚାୟତ ଏବଂ କୁସୁମୀ ବ୍ଲକର ସୁଲେଇପାଟ, ରାଇରଙ୍ଗପୁର ବ୍ଲକ ଅଂଚଳର ଗୋରୁମହିଷାଣି ଆଦି ଅଞ୍ଚଳର ଆଦିବାସୀମାନଙ୍କ ସମେତ ଅଣଆଦିବାସୀମାନେ ସେମାନଙ୍କର ସଉଦା, ଲୁଗାପଟା କିଣାକିଣି ପାଇଁ ଏକାଠି ହୋଇ ଥାନ୍ତି l ହାଟଇ ମାନେ ଏହି ଏଟିଏମ ଏବଂ ବ୍ୟାଙ୍କ ଉପରେ ଭରଷା କରିଥାନ୍ତି l ଏ ମାନଙ୍କୁ ବ୍ୟାଙ୍କ ଏବଂ ଏଟିଏମ ନିରାଶ କରି ଦେଇଥାଏ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିର୍ମାଣାଧୀନ ପୋଲ ର ଡାଇଭର୍ଶନ ରାସ୍ତା କାଦୁଅ ପଚ ପଚ : ପଥ ଚାରୀ ବାଇକ ଅରୋହି ବେହାଲ 

Sunil Chandra Nayak

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

masiha

Leave a Comment

error: Content is protected !!