ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ

ଯାଜପୁର ୫ ଅଗଷ୍ଟ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନାରାୟଣ ମହାଲିକଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମହେଶ୍ୱର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ ସମରହୋରେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ କହିଲେ ଆଜିର ଦିନଟି ଆମ ପାଇଁ ଅତ୍ୟନ୍ତ ଗୌରବ ଓ ଗର୍ବର ଦିନ। ଶିକ୍ଷକ ଦିବସରେ, ଆମେ ସେହି ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସ୍ମରଣ କରୁଛୁ ଯେଉଁମାନେ ନିଜର ଜ୍ଞାନ, ପରିଶ୍ରମ ଓ ତ୍ୟାଗରେ ସମାଜର ଭବିଷ୍ୟତ୍ ଗଢ଼ି ତୋଳୁଛନ୍ତି। । ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକ ପଢ଼ାନ୍ତି ନାହିଁ, ସେମାନେ ଚରିତ୍ର, ସଦଗୁଣ, ନୀତି ଓ ଜୀବନମୂଲ୍ୟ ଦେଇ ମନୁଷ୍ୟକୁ ସଠିକ୍ ପଥରେ ନେଇଯାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫ ଦ୍ୱାରା କୃତୀ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଛି। ଏହି ସମ୍ମାନ କେବଳ ବ୍ୟକ୍ତିଗତ ସଫଳତାର ପ୍ରତୀକ ନୁହେଁ, ଏହା ଶିକ୍ଷା ପ୍ରତି ଆମର ସମ୍ପୃକ୍ତି, ସମର୍ପଣ ଓ ପ୍ରେମର ପ୍ରତିକ। ମୁଁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷକ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ, ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କରିବା ପାଇଁ ନବ ଉଦ୍ୟମ ଓ ପ୍ରେରଣାର ଶୁଭେଚ୍ଛା ଜଣାଉଛି।।ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷାଅଧିକାରୀ ସୁରମା ମହାପାତ୍ର, ସବିତା ସାହୁ, ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ନିବେଦିତା ଗୁରୁ, ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସୁକିନ୍ଦା, ଦାନଗଦି ଓ କୋରେଇର ମଣ୍ଡଳ ଶିକ୍ଷାଧିକାରୀମାନେ ଯୋଗ ଦେଇ ସର୍ଵପଲ୍ଲୀ ରାଧାକ୍ରିଷ୍ଣଙ୍କୁ ମନେପକାଇବା ସହ ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ଏହି ଅବସରରେ ଜିଲ୍ଲାର ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାରପ୍ରାପ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ଏହା ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ।ଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଧନ୍ୟବାଦ ଅର୍ପଣ କରଥିଲେ l ମୋ ସ୍କୁଲ କୋଅଡିନେଟର ରାଜେନ୍ଦ୍ର କୁମାର ଶତପଥୀ ଓ ଦିବ୍ୟାଲୋଚନ ମହାପାତ୍ର ଏହି ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରାଇଥିଲେ l ସୁଧୀର ସାମଲ, ଚିନ୍ମୟ ରଥ, ଶିବବ୍ରତ ପାଣି, ସତ୍ୟବ୍ରତ ପାଣି, ଜ୍ୟୋତିରଞ୍ଜନ ସାମଲ, ଶ୍ରୀଧର ସ୍ୱାଇଁ, ପ୍ରିୟମ୍ବଦା ମିଶ୍ର, ଅରୁଣ କୁମାର ସାହୁ, ସୁଧୀର ରଞ୍ଜନ ଦାସ, ରମା ସେଠି, ବିଶ୍ୱରଂଜନ ଅଧିକାରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l 

Related posts

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

masiha

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

Sunil Chandra Nayak

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

Sunil Chandra Nayak

Leave a Comment

error: Content is protected !!