ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

 ମୟୂରଭଂଜ : ( ୦୪-୦୯-୨୫) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ର ଅଙ୍ଗନୱାଡି କର୍ମୀମାନଙ୍କର ବିଭିନ୍ନ ସମସ୍ଯା ନେଇ ଆଜି ଉପଜିଲ୍ଲାପାଳ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲେ l ସେମାନଙ୍କ କହିବା ଅନୁଯାୟୀ ସିଡିପିଓ ଶାନ୍ତିଲତା ପୁଥାଳ ଯେବେ ଠାରୁ ଆସିଛନ୍ତି, ସେମାନଙ୍କୁ ଗାଳିଗୁଳଜ କରୁଛନ୍ତି l ଗାଁ ଲୋକମାନଙ୍କ ଆଗରେ ଅପମାନିତ କରୁଛନ୍ତି l ଜାମୁଡାଳି ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ, ବୁଟ ଇତ୍ଯାଦି ଖାଦ୍ଯପଦାର୍ଥ କିଛି ଦୁଷ୍ଟ ପିଲାମାନେ ଚୋରି କରିଥିବାରୁ ସିଡିପିଓ ମ୍ଯାଡମ ଯାଞ୍ଚ କମିଟି ଡକାଇ ଅଙ୍ଗନୱାଡି ଓ ସହକର୍ମୀମାନଙ୍କୁ ଗାଳି ଦେଲେ l କଣ୍ଟିଜେନସି ଟଙ୍କାରୁ କବାଟ ଓ ଝରକା ମରାମତି ପାଇଁ ଆଦେଶ ଦେଲେ l କଣ୍ଚିଜେନସି ଟଙ୍କାରେ ଖାତା ଏବଂ ବ୍ଯାନର ଖର୍ଚ୍ଚ ହୋଇଥିବାରୁ ବଳକା ଟଙ୍କାରେ କବାଟ ଓ ଝରକା ମରାମତି କରିବା ସମ୍ଭବ ନୁହେଁ l ଏକଡାଳି ଅଙ୍ଗନୱାଡି କେନ୍ଦ୍ରର ସହକର୍ମୀ ନିଜର ୨ ବର୍ଷର ଭିନ୍ନକ୍ଷମ ଶିଶୁକୁ ଅଙ୍ଗନୱାଡି କେନ୍ଦ୍ରରେ ରଖି ନିଜ କାର୍ଯ୍ଯ ସବୁଦିନ କରନ୍ତି l କେନ୍ଦ୍ର ପରିଦର୍ଶନରେ ସିଡିପିଓ ମ୍ଯାଡମ ଆସି ଶିଶୁଟିକୁ ଦେଖି , ସହକର୍ମୀ କାହିଁକି ଅଙ୍ଗନୱାଡି କେନ୍ଦ୍ରକୁ ଆଣିଛନ୍ତି ଏବଂ ଗାଳିଗୁଳଜ କଲେ l ସେ ମଧ୍ଯ ଅଙ୍ଗନୱାଡିକର୍ମୀ ଓ ସହକର୍ମୀମାନଙ୍କୁ ଅସୁବିଧା ସମୟରେ ଛୁଟି ଦିଅନ୍ତି ନାହିଁ l ଫୁଡ ସେଫଟି ସାଟିପିକେଟ୍ ପାଇଁ ବାଧ୍ଯତାମୂଳକଭାବେ ୧୦୦ ଟଙ୍କା ଲେଖାଏଁ ସଂଗ୍ରହ କରିଛନ୍ତି l ଏମଡିଏ ପ୍ରୋଗ୍ରାମ ସମୟରେ କର୍ମୀମାନଙ୍କୁ କୈୟପତ ମାଗୁଛନ୍ତି l ମ୍ଯାଡମ ସବୁବେଳେ ଚାକିରୀରୁ ବାହାର କରିବା ପାଇଁ ଧମକ ଦେଉଛନ୍ତି l ଏହି ହେତୁ ସେମାନେ ମାନସିକ ନିର୍ଯ୍ଯାତନାର ଶିକାର ହେଉଛନ୍ତି l ପୁଣି ଦେଖାଯାଉଛି , ବାଘିଆଟାଙ୍ଗର, ଅର୍ଜୁନପାଣି, ମାଣିକପୁର, ଜାମୁଡାଳି ଓ ପାଟପୁର ରେ ଥିବା ଅଙ୍ଗନୱାଡି କେନ୍ଦ୍ର ଘର ଠିକ୍ ନାହିଁ ଓ ଛଣପାଳ ଅଙ୍ଗନୱାଡି କେନ୍ଦ୍ରକୁ ରାସ୍ତା ନାହିଁ l ଏହି ସଂକ୍ରାନ୍ତୀୟ ଦାବୀପତ୍ର ଉପଜିଲ୍ଲାପାଳ ସୌମ୍ଯରଂଜନ ପ୍ରଧାନଙ୍କୁ ଦେବା ସମୟରେ ଅଲଓଡିଶା ଅଙ୍ଗନୱାଡି ଲେଡିଜ ୱାକର୍ସ ଏସୋସିଏସନ ଜିଲ୍ଲା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ, ବିଜାତଳା ବ୍ଲକର ସଭାନେତ୍ରୀ ସାରଥୀ ମହାନ୍ତ, ସଂପାଦିକା ଲକ୍ଷ୍ମୀପ୍ରିୟା ମହାନ୍ତ, କୋଷାଧ୍ଯକ୍ଷ ସିନଗୋ ମୁର୍ମୁ, ଉପସଭାନେତ୍ରୀ ଗୌରୀମଣି ସୋରେନ, ବ୍ଲକ ଉପଦେଷ୍ଚା ଚମ୍ପାବତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏଥିସହିତ ଶତାଧିକ କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ ଠାରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ମେଗା ବୃକ୍ଷରୋପଣ କାର୍ଯକ୍ରମ

masiha

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ

masiha

ରାଇରଙ୍ଗପୁର କେରଳା ପବ୍ଲିକ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ୧୦ ମ ବୋର୍ଡର ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ସଫଳତା 

Sunil Chandra Nayak

Leave a Comment

error: Content is protected !!