ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ଯୋଜନା ଉପରେ ତାଲିମ କାର୍ଯ୍ୟକ୍ରମ 

କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ଯୋଜନା ଉପରେ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁ,୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ଯୋଜନା ଉପରେ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଯୋଜନା ବିଷୟରେ ଥିବା ନିୟମାବଳୀ ବୁଝାଇ ଦିଆଯାଇଥିଲା | ପ୍ରତ୍ୟେକ ପଞ୍ଚାୟତରେ ୨୦୨୦-୨୧ ବର୍ଷରୁ ଆଜି ପର୍ଯ୍ୟନ୍ତ ଆସିଥିବା ଅନୁଦାନରୁ ଖର୍ଚ୍ଚ ନହୋଇ ରହି ଯାଇଥିବା ଅନୁଦାନ ରାଶି ବ୍ୟୟ ଉପରେ ଗ୍ରାମ ପଞ୍ଚାୟତ ୱାରି, ବର୍ଷ ୱାରି ଓ ପ୍ରକଳ୍ପ ୱାରି ବ୍ୟୟ ଉପରେ ଆଲୋଚନା କରଯାଇଥିଲା | ଯଥା ଶୀଘ୍ର ବକେୟା ଅର୍ଥ ରାଶି ଖର୍ଚ୍ଚ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା | ଅନ୍ୟଥା ଅର୍ଥ ଫେରି ଯିବାର ଆଶଙ୍କା ରହିଛି | ଏଥିରେ ପ୍ରଶିକ୍ଷକ ଭାବେ ସହକାରୀ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ସିପି ପ୍ରବୀଣ ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇ ବ୍ୟୟ ନହୋଇ ରହିଯାଇଥିବା ଅର୍ଥ ରାଶି ଶୀଘ୍ର ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ | ଏଥିରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝି, ଜିଲାରୁ ନୋଡାଲ ଅଧିକାରୀ ଦେବସ୍ମିତା କର, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଦିଲ୍ଲୀପ ଦୀପକ ମିଶ୍ର ଓ ଅବିନାଶ ନାୟକ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏସିଡିଓ ଓ ଗ୍ରାମ ରୋଜଗାର ସେବିକା ସେବକ ମାନେ ଉପସ୍ଥିତ ଥିଲେ | ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

masiha

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି

masiha

କୋଇଡା ପ୍ରେସ କ୍ଳବ୍ ପ୍ରଥମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

masiha

Leave a Comment

error: Content is protected !!