ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ଅନୁଷ୍ଠିତ 

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ.ଏସ.ଏସ. ବ୍ୟୁରୋ ଆନୁକୁଲ୍ୟରେ ସାଧାରଣତନ୍ତ୍ର ଦିବସ ପରେଡ୍‍, ଦିଲ୍ଲୀ ଲାଗି ପୁର୍ବ ପ୍ରସ୍ତୁତି ବିଶ୍ୱବିଦ୍ୟାଳୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଚୟନ ଶିବିର 2025 ତା-09.09.2025 ରିଖରେ ଅନୁଷ୍ଠିତ ହୋଇଯାଇଛି । ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଅଧୀନରେ ତିନି ହଜାର ପାଞ୍ଚ ସହ (୩,୫୦୦) ଏନ.ଏସ.ଏସ. ସ୍ଵେଚ୍ଛାସେବୀଙ୍କ ମଧ୍ୟରୁ ପୁରୀରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚୟନ ଶିବିର ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟରୁ 15 ଜଣ ସ୍ଵେଚ୍ଛାସେବୀଙ୍କୁ ଚୟନ କରାଯାଇଅଛି । ଏନ.ଏସ.ଏସ. କାର୍ଯ୍ୟକ୍ରମ ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ଵରେ ପରିଚାଳିତ ଶିବିରରେ କୁଳପତି ଡକ୍ଟର ନିବେଦିତା ନାଥ ମୁଖ୍ୟ ଅତିଥିରୁପେ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଉସ୍ଚାହିତ କରିଥିଲେ । ଏହି ଅବସରରେ କୁଳସଚିବ ଡକ୍ଟର ଗୁଣନିଧି ନାଏକ, ଉପକୁଳ ସଚିବ ମେଜର ଡ଼କ୍ଟର ଜୟଦେବ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଜୟନ୍ତ ଦନସନା, ଡକ୍ଟର ପ୍ରିୟରଞ୍ଜନ ବେହେରା, ରୋଜ ମେରି ରଶ୍ମିତା ଏକ୍କା, ଡକ୍ଟର ରାଧାରାଣୀ ନାୟକ, ପ୍ରତାପ ଚନ୍ଦ୍ର ଦାସ, ଡକ୍ଟର କିଶୋର କର୍ଣ୍ଣ, ହେମାଲ ସା, ଗଣପତି ବାଗ, ପୁଷ୍ପାଞ୍ଜଳୀ ଚାଲାନ, ଡକ୍ଟର ସୁରଞ୍ଜନ ପ୍ରଧାନ, ପ୍ରମୁଖ ଶିବିର ପରିଚାଳନରେ ସହଯୋଗ କରିଥିଲେ । 

( ମ ନି ସ )

Related posts

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

ଓଇଏସ ପରୀକ୍ଷାରେ ରାଜସ୍ବ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା 

ମୁଷାଵଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!