ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

 ସୁନ୍ଦରଗଡ଼, ୧୦/୦୬/୨୫: ଶଙ୍କରା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଆଜି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ କୁ ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଓ୍ୱାନ ମହାଜନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । 

ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ତଥା ପ୍ରସାର ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଏବଂ ଚାରୋଟି ଆଇସିଡିଏସ ପ୍ରକଳ୍ପରେ ବିଗତ ଦିନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପାରମ୍ପରିକ ପାତ୍ର ଯଥା- ମାଟି, କଂସା, ପିତଳ ଇତ୍ୟାଦିରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମରେ 3ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯଥା- ସର୍ବମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ(କୁଆଁରମୁଣ୍ଡା)ପ୍ରଥମ ସ୍ଥାନ, ସାଇକୃପା ସ୍ୱୟଂ ସହାୟକ ଗୋଷ୍ଠୀ(ସଦର) ଦ୍ୱିତୀୟ ସ୍ଥାନ ଏବଂ ଶ୍ରୀ ଗଣେଶ ସ୍ୱୟଂ ସହାୟକ ଗୋଷ୍ଠୀ(ବାଲିଶଙ୍କରା) ତୃତୀୟ ସ୍ଥାନ ହାସଲ କରିଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ନଡ଼ିଆ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା 

masiha

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

Leave a Comment

error: Content is protected !!