ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଯାପିତ 

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଯାପିତ 

ଡାବୁଗାଁ, ୨୯/୧୧ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ କାର୍ଯ୍ୟ|ଳୟ ବିକାଶ ଭାରତ ସଂକଳ୍ପ ଯାତ୍ରା ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି | ଏଥିରେ ଏଲଇଡି ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଦେଖାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା | ଉପସ୍ଥିତ ଅଧିକାରୀ ଓ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ | ଏଥିରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା | ଶେଷରେ ବିଦ୍ୟାଳୟର ପିଲା ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପୁରସ୍କୃତ କରଯାଇଥିଲା | ଏହା ସହ ଗରିବ ଲୋକଙ୍କ ପାଇଁ ଉଜ୍ଵଳା ଗ୍ୟାସ ପାଇଁ ପଞ୍ଜୀକରଣ କରଯାଇଥିଲା | ଏଥିରେ ୩ ଜଣ ସୁସ୍ଥ ଶିଶୁଙ୍କୁ ପୁରସ୍କୃତ କରଯାଇଥିଲା | ଏହି ଅବସରରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଅଞ୍ଚଳା ସରପଞ୍ଚ ରମେଶ ମାଝି, ସମିତି ସଭ୍ୟ ଭଗବତୀ ପନକା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି, ବନରକ୍ଷୀ ସରସ୍ଵତୀ ମେହେର, ଗ୍ରାମ ରୋଜଗାର ସେବକ ସନ୍ତୋଷ କୁମାର ମହାନ୍ତି, ୱାର୍ଡ ସାଭ୍ୟା ସଭ୍ୟ, ଶିକ୍ଷୟତ୍ରୀ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଓ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

GM ECoR Reviews Facilities, Safety and Development at Visakhapatnam Station

Sunil Chandra Nayak

ସାମ୍ବାଦିକ ଙ୍କ ମାତୃ ବିୟୋଗ

ଜୀବନ ମରୁଭୂମି ହେଲେ ସେଥିରେ ଜଳସିଞ୍ଚନ କରେ ସାହିତ୍ୟ …

Sunil Chandra Nayak

Leave a Comment

error: Content is protected !!