ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆହାରଵନ୍ଧ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର‌ ନାମଯଞ

ଆହାରଵନ୍ଧ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର‌ ନାମଯଞ

 ମୟୂରଭଞ୍ଜ- ୨୯/୧୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଆହାରଵନ୍ଧ ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବାବା ଗୁପ୍ତେଶ୍ୱର ମନ୍ଦିର ସମ୍ମୁଖରେ ତ୍ରିଦିବସୀୟ୨୭,୨୮,୨୯ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଆହାରଵନ୍ଧ ରାହାସ ପୂର୍ଣ୍ଣିମା କମିଟି ତରଫରୁ ୩ ଦିନ ବ୍ୟାପି ପୂଜାପାଠ, ଦିବାରାତ୍ର ସଂକୀର୍ତ୍ତନ ଷୋହଳ ପ୍ରହର ଓ ନାମ ଯଜ୍ଞ ଆୟୋଜନ କରାଯାଇଥିଲା ।ଆହାରଵନ୍ଧ ରେ ପ୍ରାୟ ୧୫୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଏଠାରେ ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର ନାମଯଜ୍ଞ ପ୍ରତିବର୍ଷ ଆୟୋଜନ କରାଯାଉଛି ବୋଲି ଗ୍ରାମର‌ ମୁରବି ମାନେ କୁହନ୍ତି ।ଏହା ବହୁ ପୁରାତନ ଅନୁଷ୍ଠାନ । ସ୍ଥାନୀୟ ଏବଂ ଆଖପାଖ ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ,ଆବାଳ ବୃଦ୍ଧ ବନିତା ସଂକୀର୍ତ୍ତନ ସ୍ଥଳକୁ ଯାଇ କଳିଯୁଗର ପବିତ୍ର ମହାମନ୍ତ୍ର ଶ୍ରବଣ କରିଛନ୍ତି ।୩ ଦିନ ଧରି ସମସ୍ତଙ୍କୁ ଆହାରଵନ୍ଧ ପ୍ରାଇମେରୀ ବିଦ୍ୟାଳୟରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ବଡ଼ସାହି ବ୍ଳକର ଦୀଘାରି ଅସ୍ତିଆ,ଵୈଶିଙ୍ଗା ବ୍ଳକର ବଡତାଳପଦା,ବିଶୋଇ ବ୍ଳକର ପଳାଶବଣୀ,ଝାରପୋଖରୀଆ ଅଂଚଳର କରକଚିଆ ଏବଂ ଵୈଶିଙ୍ଗା ବ୍ଳକର ଭାଲୁବସାର ସଂକୀର୍ତ୍ତନ ଦଳ ନୃତ୍ୟ ସହ ହରିରାମ ସଂକୀର୍ତ୍ତନ କରି ସମସ୍ତ ଶ୍ରଦ୍ଧାଳୁଙ୍କ ମନ କିଣି ବିମୋହିତ କରିଥିଲେ । ହରିରାମ ସଂକୀର୍ତ୍ତନ ଦ୍ଵାରା ୩ ଦିନ ଧରି ସମଗ୍ର ଆହାରବନ୍ଧ ଗ୍ରାମରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ହୋଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ବିଭିନ୍ନ ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ମରାମତି ପାଇଁ ଦାବୀ

masiha

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇ ବଞ୍ଚାଇବା ପାଇଁ ଶପଥ ପାଠ 

Leave a Comment

error: Content is protected !!