ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ
ମୟୂରଭଞ୍ଜ – ୧୯/୧୦ ( ମସିହା )ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ପିସିଏମ ସ୍କୁଲ ପରିସରରେ ଶିଶୁ ମହୋତ୍ସବ ‘ସୁରଭି” ଆନନ୍ଦ ଓ ଉଲ୍ଲାସର ସହ ବିଇଓ ଶ୍ରୀ ଭାଗିରଥି ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ,ଏବିଇଓ ଶ୍ରୀ କାର୍ତ୍ତିକ କାରୁଆ , ଶ୍ରୀମତୀ ନମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ରଂଜନ ନନ୍ଦ,ତିମିର ରଂଜନ ପଣ୍ଡା ପ୍ରମୁଖ ମଂଚ ପରିଚାଳନା କରିଥିଲେ । ଅତିଥି ଗଣ ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଫିତାକାଟି ‘ ସୁରଭି’ ଶିଶୁ ମହୋତ୍ସବ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ବିଡ଼ିଓ ମାଡାମ ସମସ୍ତେ ଈଶ୍ଵରଙ୍କ ସନ୍ତାନ । ସମସ୍ତଙ୍କ ପାଖରେ ଭଗବାନ କିଛି ଐଶ୍ଵରିକ ପ୍ରତିଭା ଦେଇଛନ୍ତି ।ଏହି ପ୍ରତିଭାର ବିକାଶ ପାଇଁ ସରକାରଙ୍କ ‘ ସୁରଭି’ ପ୍ଳାଟଫର୍ମ ସବୁଠାରୁ ଉତ୍ତମ ଅଟେ । ଏଠାରେ ସମସ୍ତେ ନିଜର ବିଭିନ୍ନ ବିଭାଗ ମଧ୍ୟରୁ ଯେକୋୖଣସି ବିଭାଗରେ କିଛି ନା କିଛି ପ୍ରତିଭା ଦେଖାଇ ପାରିବେ ।ନିଜ ମନୋବଳକୁ ସୁଦୃଢ କରି ସମସ୍ତେ ଆଗକୁ ବଢିବା ଉଚିତ ବୋଲି କହିଥିଲେ । ସେହିଭଳି ପୌରାଧିକାରୀ ଧର୍ମେନ୍ଦ୍ର ଶତପଥୀ କହିଥିଲେ ବିଫଳତାର ଅନୁଭୂତି ଏବଂ ଆଗକୁ ବଢିବାର ସ୍ବପ୍ନ ଓ ନିଜର କର୍ମଫଳ ନିଶ୍ଚିତ ଭାବରେ କେବେ ନା କେବେ ଲକ୍ଷ୍ୟ ସ୍ଥାନରେ ପହଞ୍ଚାଇ ପାରିବ ବୋଲି କହିଥିଲେ ।ପରେ ବ୍ଳକ ଏବଂ ପୌରାଞ୍ଚଳ ସ୍କୁଲର ବିଭିନ୍ନ କ୍ଲଷ୍ଟରରୁ୧୮୬ ଜଣ କୃତି ପ୍ରତିଯୋଗୀଙ୍କୁ ବ୍ଳକ ସ୍ତରୀୟ ବିଭିନ୍ନ ସିନିୟର ଓ ଜୁନିୟର ବିଭାଗର ପ୍ରତିଯୋଗିତା ବକ୍ତୃତା, ସୃଜନଶୀଳତା, ଚିତ୍ରାଙ୍କନ, ହସ୍ତାକ୍ଷର,ଵିତର୍କ, ନୃତ୍ୟ, ସଙ୍ଗୀତ,ରଚନା, ହସ୍ତକଳା,,ମାଣ୍ଡିଆ ଶସ୍ଯ କୁ ନେଇ ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା । ଅତିଥି ଗଣଙ୍କ ଦ୍ବାରା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ବାରା ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ମନୋରଞ୍ଜନ ମଣ୍ଡଳ,ଅଜିତ ମଣ୍ଡଳ,ଅସିତ ମଣ୍ଡଳ,ଧିରେନ ମହାନ୍ତ,ଆଲୋକ ସିଂ,ରଶ୍ମିଶ୍ରୀ ମହାନ୍ତି,ଦିପାଞ୍ଜଳି ମହାନ୍ତ, ସୁକାନ୍ତି ମାଝି,ଅସିତ ମହାନ୍ତ,ମନୋଜ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।