ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

 ମୟୂରଭଞ୍ଜ – ୧୯/୧୦ ( ମସିହା )ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ପିସିଏମ ସ୍କୁଲ ପରିସରରେ ଶିଶୁ ମହୋତ୍ସବ ‘ସୁରଭି” ଆନନ୍ଦ ଓ ଉଲ୍ଲାସର ସହ ବିଇଓ ଶ୍ରୀ ଭାଗିରଥି ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ,ଏବିଇଓ ଶ୍ରୀ କାର୍ତ୍ତିକ କାରୁଆ , ଶ୍ରୀମତୀ ନମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ରଂଜନ ନନ୍ଦ,ତିମିର ରଂଜନ ପଣ୍ଡା ପ୍ରମୁଖ ମଂଚ ପରିଚାଳନା କରିଥିଲେ । ଅତିଥି ଗଣ ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଫିତାକାଟି ‘ ସୁରଭି’ ଶିଶୁ ମହୋତ୍ସବ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ବିଡ଼ିଓ ମାଡାମ ସମସ୍ତେ ଈଶ୍ଵରଙ୍କ ସନ୍ତାନ । ସମସ୍ତଙ୍କ ପାଖରେ ଭଗବାନ କିଛି ଐଶ୍ଵରିକ ପ୍ରତିଭା ଦେଇଛନ୍ତି ।ଏହି ପ୍ରତିଭାର ବିକାଶ ପାଇଁ ସରକାରଙ୍କ ‘ ସୁରଭି’ ପ୍ଳାଟଫର୍ମ ସବୁଠାରୁ ଉତ୍ତମ ଅଟେ । ଏଠାରେ ସମସ୍ତେ ନିଜର ବିଭିନ୍ନ ବିଭାଗ ମଧ୍ୟରୁ ଯେକୋୖଣସି ବିଭାଗରେ କିଛି ନା କିଛି ପ୍ରତିଭା ଦେଖାଇ ପାରିବେ ।ନିଜ ମନୋବଳକୁ ସୁଦୃଢ କରି ସମସ୍ତେ ଆଗକୁ ବଢିବା ଉଚିତ ବୋଲି କହିଥିଲେ । ସେହିଭଳି ପୌରାଧିକାରୀ ଧର୍ମେନ୍ଦ୍ର ଶତପଥୀ କହିଥିଲେ ବିଫଳତାର ଅନୁଭୂତି ଏବଂ ଆଗକୁ ବଢିବାର ସ୍ବପ୍ନ ଓ ନିଜର କର୍ମଫଳ ନିଶ୍ଚିତ ଭାବରେ କେବେ ନା କେବେ ଲକ୍ଷ୍ୟ ସ୍ଥାନରେ ପହଞ୍ଚାଇ ପାରିବ ବୋଲି କହିଥିଲେ ।ପରେ ବ୍ଳକ ଏବଂ ପୌରାଞ୍ଚଳ ସ୍କୁଲର ବିଭିନ୍ନ କ୍ଲଷ୍ଟରରୁ୧୮୬ ଜଣ କୃତି ପ୍ରତିଯୋଗୀଙ୍କୁ ବ୍ଳକ ସ୍ତରୀୟ ବିଭିନ୍ନ ସିନିୟର ଓ ଜୁନିୟର ବିଭାଗର ପ୍ରତିଯୋଗିତା ବକ୍ତୃତା, ସୃଜନଶୀଳତା, ଚିତ୍ରାଙ୍କନ, ହସ୍ତାକ୍ଷର,ଵିତର୍କ, ନୃତ୍ୟ, ସଙ୍ଗୀତ,ରଚନା, ହସ୍ତକଳା,,ମାଣ୍ଡିଆ ଶସ୍ଯ କୁ ନେଇ ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା । ଅତିଥି ଗଣଙ୍କ ଦ୍ବାରା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ବାରା ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ମନୋରଞ୍ଜନ ମଣ୍ଡଳ,ଅଜିତ ମଣ୍ଡଳ,ଅସିତ ମଣ୍ଡଳ,ଧିରେନ ମହାନ୍ତ,ଆଲୋକ ସିଂ,ରଶ୍ମିଶ୍ରୀ ମହାନ୍ତି,ଦିପାଞ୍ଜଳି ମହାନ୍ତ, ସୁକାନ୍ତି ମାଝି,ଅସିତ ମହାନ୍ତ,ମନୋଜ ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର,  ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ 

masiha

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!