ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

ଏକ ପେଡ଼ ମା’ଙ୍କ ନାମ – ୨.୦

ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ
୩୯ଟି ପଞ୍ଚାୟତରେ ବଣ୍ଟିଲା ୧୯,୫୦୦ଟି ଚାରା

ରାୟଗଡା, 10 ସେପ୍ଟେମ୍ବର – ପରିବେଶ ସୁରକ୍ଷା ସହିତ ସାମାଜିକ ସଚେତନତାକୁ ଜଡିବା ପାଇଁ ରାୟଗଡା ବନାଞ୍ଚଳ ପକ୍ଷରୁ “ଏକ ପେଡ଼ ମା’ଙ୍କ ନାମ – ୨.୦” ଅଭିଯାନ ଅଧୀନରେ ଆସନ୍ତା ୧୭ ସେପ୍ଟେମ୍ବରରେ ଜିଲ୍ଲାସ୍ତରୀୟ ଏକଦିବସୀୟ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେବ।

୧ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ, ରାୟଗଡା ପଞ୍ଚାୟତ ସମିତିର ୨୭ଟି ଓ କୋଲନର ପଞ୍ଚାୟତ ସମିତିର ୧୨ଟି–ମୋଟ ୩୯ଟି ପଞ୍ଚାୟତକୁ ପ୍ରତିଟିକୁ ୫୦୦ଟି କରି ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରାଗଲା। ଏହି ୧୯,୫୦୦ ଚାରା ହଁସା କେନ୍ଦ୍ରୀୟ ନର୍ସରୀ, ରେଙ୍ଗାଲପାଡୁ ଅସୁ.ୟୀ ନର୍ସରୀ ଓ ଲବ୍ଧ.ଅସୁ.ୟୀ ନର୍ସରୀରୁ ସଂଗ୍ରହ ହୋଇଛି।ଜିମିଡିପେଟା, ହାଟ-ଶେଷଖାଲ, ଡାଙ୍ଗଲୋଡି, ତାଡମା ଓ ଗୁମ୍ଫା ପଞ୍ଚାୟତରେ ପ୍ରଥମେ ୫୦୦ଟି କରି ଚାରା ବଣ୍ଟନ ସମ୍ପନ୍ନ ହୋଇଗଲା।

ଏହା ସହିତ ଶୋଭାଯାତ୍ରା, ସବୁଜ ରଥ, ପୋଷ୍ଟର-ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କୁ ବୃକ୍ଷରୋପଣର ଗୁରୁତ୍ୱ ସୂଚିତ କରାଗଲା। ଉପ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ସବୁଜ ପତାକା ଦେଖାଇ ସବୁଜ ରଥର ଶୁଭାରମ୍ଭ କଲେ। ସମଗ୍ର କାର୍ଯ୍ୟକ୍ରମକୁ ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ବର ଆଚାରୀ ସୁଚାରୁ ଭାବରେ ପରିଚାଳନା କଲେ।ବନାଞ୍ଚଳ ବିଭାଗର କଥାମାନେ, “ମା’ଙ୍କ ନାମରେ ପେଡ଼ ଲଗାଇବାରେ ପରିବାରର ଭାବନା ସହିତ ପରିବେଶ ସୁରକ୍ଷା ଜଡିତ ହୁଏ। ପ୍ରତିଟି ଗଛ ପରିବେଶୀୟ ଉତ୍ତରାଧିକାରର ପ୍ରତୀକ।” ବିଭାଗ ଆଶା କରୁଛି, ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ପରିବାର ମା’ଙ୍କ ନାମରେ ଏକ ପେଡ଼ ଲଗାଇବେ ଏବଂ ରାୟଗଡାକୁ “ସବୁଜ ଜିଲ୍ଲା” ରୂପେ ପରିଚିତ କରିବାରେ ଏହା ଏକ ବଡ଼ ପଦକ୍ଷେପ ହେବ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୫ ପାଇଲେ ଶିକ୍ଷାବିତ୍ ପ୍ରଫେସର ମନୋଜ କୁମାର ନାୟକ 

Sunil Chandra Nayak

ଗାଁ ସାଥି ସଂଘର ବୈଠକ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!