ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ, ୧୪/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝାଲିଆଗୁଡା ଗ୍ରାମ ନିକଟ କାଜୁ ବଗିଚାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ରବିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:-ଛତିଶଗଡ ରାଜ୍ୟ କଣ୍ଡାଗାଁ ଜିଲା ର ଅନନ୍ତପୁର ଥାନା ଅଧୀନ ଅମରାବତୀ ଗ୍ରାମର ରେତୁରାମ ଯାଦବ ଓ ହେମଲାଲ ବଘେଲ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟନଗରମ ଅଞ୍ଚଳରେ କୁଲି କମ କରିବାକୁ ଯାଇଥିଲେ | ସେଠାରେ କିଛି ଦିନ କୁଲି କାମ କରୁଥିଲେ | ସେଠାରେ ହେମଲାଲ ବଘେଲ (୨୫) ଙ୍କ ମାନସିକ ବିକୃତ ଥିବାରୁ ସେଠାକାର ଠିକାଦାର ରେତୁରାମ ଯାଦବ ଙ୍କ ସହ ହେମଲାଲ ବଘେଲ ନିଜ ଘରେ ଛାଡି ଆସିବାକୁ କହିଥିଲେ | ଏକ ସରକାରୀ ବସରେ ୨ ଜଣ ନିଜ ଘରକୁ ଫେରୁଥିବା ବେଳେ ରବିବାର ଭୋର ସମୟରେ ଝାଲିଆଗୁଡା ଗ୍ରାମ ନିକଟର ଏକ ଡାଇଭର୍ସନ ରାସ୍ତାରେ ବସ ସ୍ଲୋ ହେବାରୁ ହେମଲାଲ ବଘେଲ ବସ ରୁ ଡେଇଁ ପଡି ରାସ୍ତା କଡରେ ଥିବା କାଜୁ ଜଙ୍ଗଲ ଭିତତରକୁ ଦୌଡି ପଳାଇଥିଲେ | ବସ କିଛି ବାଟ ଗଲାପରେ ରେତୁରାମ ଯାଦବ ବସ ଅଟକାଇ ଓହ୍ଲାଇ ହେମଲାଲ କୁ ଖୋଜି ଥିଲେ କିନ୍ତୁ ପାଇନଥିଲେ | ରାତି ପହିବା ପରେ ଝାଲିଆଗୁଡା ଗ୍ରାମକୁ ଯାଇ ଗ୍ରାମର କିଛି ଯୁବକ ଙ୍କ ସହାୟତା ନେଇ କାଜୁ ବଗିଚାରେ ଖୋଜିବା ପରେ ଦେଖିଥିଲେ ଯେ ଗ୍ରାମର ଗୁରୁବାରୁ ଜାନୀ ଙ୍କ କାଜୁ ବଗିଚା ମଧ୍ୟରେ ଏକ କାଜୁ ଗଛରେ ହେମଲାଲ ବଘେଲ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି | ଏହାପରେ ରେତୁରାମ ମୃତକର ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ଖବର ପାଇ ମୃତକ ର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ | ମଧ୍ୟାନ୍ନରେ ମୃତକ ର ବଡ ଭାଇସୋନୁ ବଘେଲ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ତହସିଲଦାର

masiha

ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ହେବ ପୋଲ। ଖର୍ଚ୍ଚ ହେବ ୨୧.୫୮ କୋଟି , ଆଟିଗାଁ-ଜୁନାଗଡ଼-ଗୋଲାମୁଣ୍ଡା ମଧ୍ୟରେ ଦୂରତ୍ୱ କମିବ

Sunil Chandra Nayak

୧୩ ବର୍ଷ ବିବାହିତା ନାବାଳିକାର ସନ୍ଧେହ ଜନକ ଆତ୍ମହତ୍ୟା  !

Leave a Comment

error: Content is protected !!