ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସୁନୀଲ ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ନିଯୁକ୍ତ 

ସୁନୀଲ ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ନିଯୁକ୍ତ 

ନର୍ଲା,୧୩|୯: ଜାତୀୟ ସ୍ତରରେ ସୁପରିଚିତ ଯାଦବ ସଂସ୍କୃତି ଗବେଷକ ତଥା ସୁସଂଗଠକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଏହି ଘୋଷଣା କରିଛନ୍ତି। ଏନେଇ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ବୁଢୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ସ୍ବର୍ଗତ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁନୀଲ ଜଣେ ପ୍ରତିଷ୍ଠିତ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ସଂଗଠକ ଓ ଗବେଷକ ଭାବେ ରାଜ୍ୟ ତଥା ସର୍ବଭାରତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହାସହ ସେ ରାଜ୍ୟର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଂଗଠନ ସହ ଜଡ଼ିତ ହୋଇ ଆସିଛନ୍ତି। ତାଙ୍କ ଉପରେ ଭରସା କରି ଏହି ଗୁରୁଦାୟିତ୍ଵ ପ୍ରଦାନ କରିଥିବାରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଏବଂ ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଧଙ୍ଗଡ଼ାମାଝୀ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟୁ ସାହୁ

Sunil Chandra Nayak

ଜୁନ୍ ୧ରୁ ଆମ୍ ଆଦମୀ ପାର୍ଟି ଓଡିଶାରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ : ସାଂସଦ ସଞ୍ଜୟ ସିଂହ

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!