ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

ନବରଙ୍ଗପୁର:(୧୩|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ସଭାପତିତ୍ବରେ ଯୁବ ରେଡକ୍ରସ ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଥିଲା । ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ତଥା ଯୁବ ରେଡକ୍ରସ ଅଧିକାରୀ ଡ଼ଃ ସଂଯୁକ୍ତା ପଣ୍ଡା ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଏ ବର୍ଷର ଥିମ୍ “ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ ” ସମ୍ବନ୍ଧରେ ଛାତ୍ରୀଙ୍କୁ ଅବଗତ କରାଇଥିଲେ । ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ ଘଟଣା, ଦୁର୍ଘଟଣାରେ ଯଥା – ସାପ କାମୁଡା, ଜଳିଯିବା, ଅଂଶୁଘାତ , ଅଚେତ ହେବା ଭଳି ଅନେକ ଘଟଣାରେ କେମିତି ପ୍ରାଥମିକ ଚିକିତ୍ସା କରିପାଇବା ସେହି ବିଷୟରେ ଛାତ୍ରୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ତରନୁମ୍ ଆରା, ଶ୍ରୀମତୀ ସୁନୀତା ପାତ୍ର , ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ସମେତ ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉଲ୍ଲେଖନୀୟ  ସେବା ପାଇଁ  ପିଇଓ ଅଲେଖ ସା ଙ୍କୁ କଳାହାଣ୍ଡି ଉତ୍ସବରେ ମାନପତ୍ର ପ୍ରଦାନ

Sunil Chandra Nayak

ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଶ୍ରଦ୍ଧାଂଜଳି

masiha

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

Leave a Comment

error: Content is protected !!