ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା, ସୋମବାର ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। 

ଏଥିରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଧନେଶ୍ୱର ସେଠୀ ,ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା,ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟୀ କଲେକ୍ଟର ଶେଖ୍ ନସୀମ, ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୫୯ ଟି ବ୍ୟକ୍ତିଗତ ଓ ୧୪ ଟି ସାମୂହିକ ମୋଟ ୭୩ ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଜନ ଶୁଣାଣି ଶିବିର ଉପଲକ୍ଷେ ଗୋଡ଼ାଲ ପଞ୍ଚାୟତରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରର ରକ୍ତଦାତା ମହିଳା ଓ ଶିଶୁ ବିକାଶ ବିଭାଗ କର୍ମଚାରୀ ଓମ୍ ପ୍ରକାଶ ମେହେର ଓ ଦିବ୍ୟ ରଞ୍ଜନ ଦଣ୍ଡସେନାଙ୍କୁ ଜିଲ୍ଲାପାଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଶିବିରରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l ପରେ ଚଟିଆଗୁଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା l ଏହି ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମଧ୍ୟ ୨୮ଟି ବଡ଼ ଏବଂ ୭୬ ଟି ଛୋଟ ମୋଟ ୧୦୪ ଟି ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରାଯାଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ବିଶ୍ୱକପ ହକିକୁ ଆମପାଣି ଠାରେ ସ୍ୱାଗତ କଲେ କଳାହାଣ୍ଡି ପ୍ରଶାସନ

Sunil Chandra Nayak

୧- ଭାରସାମ୍ୟ ହରାଇ ୩୦ ଫୁଟ ଖାତକୁ ଖୋସିଲା ଆଲୁମିନା ବୋଝେଇ ଟ୍ରକ , ୨- ଶ୍ୱଶୁର ଘରକୁ ଆସି ଗଛରୁ ପଡି ଜ୍ୱାଇଁ ଗୁରୁତର, ୩- ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ

masiha

Leave a Comment

error: Content is protected !!