ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଧକ୍କା ରେ ସ୍କୁଲ ଛାତ୍ରୀ ଗୁରୁତର

କଲମପୁର ତା ୨୯.୭. (ମ ନି ସ)କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ର ବରଗାଁ ଛକ ନିକଟରେ ଏକ ଅଟୋ ଧକ୍କା ଦେବାରୁ ଜଣେ ସ୍କୁଲ ଛାତ୍ରୀ ଗୁରୁତର ହେଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ କଲମପୁର ଦୁର୍ଗା ମାଧବ ହାଇସ୍କୁଲ ଠାରେ ନବମ ଶ୍ରେଣୀରେ ପଢ଼ୁଥିବା ରୋହିଣୀ ମାଝୀ ନାମକ ଜନୈକା ଛାତ୍ରୀ ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ନିଜ ସାଇକଲ ଯୋଗେ ଗଞ୍ଜେଇଗୁଡା ଠାରେ ଥିବା ଘରକୁ ଫେରୁଥିଲେ। ବରଗାଁ ଛକ ନିକଟରେ ହଠାତ୍ ଓଡି୦୮ ଏମ୍ ୧୪୯୧ ନମ୍ବର ବିଶିଷ୍ଟ ଅଟୋ ଛାତ୍ରୀ ରୋହିଣୀ ଙ୍କ ସାଇକେଲ କୁ ଧକ୍କା ଦେଇଥିଲା। ଯାହାରି ଫଳରେ ଛାତ୍ରୀ ଜଣକ ଛିଟିକି ପଡି ଗୁରୁତର ହେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତମାନ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡ଼ିଓ

masiha

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସ୍ବଚ୍ଛତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!