ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଧକ୍କା ରେ ସ୍କୁଲ ଛାତ୍ରୀ ଗୁରୁତର

କଲମପୁର ତା ୨୯.୭. (ମ ନି ସ)କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ର ବରଗାଁ ଛକ ନିକଟରେ ଏକ ଅଟୋ ଧକ୍କା ଦେବାରୁ ଜଣେ ସ୍କୁଲ ଛାତ୍ରୀ ଗୁରୁତର ହେଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ କଲମପୁର ଦୁର୍ଗା ମାଧବ ହାଇସ୍କୁଲ ଠାରେ ନବମ ଶ୍ରେଣୀରେ ପଢ଼ୁଥିବା ରୋହିଣୀ ମାଝୀ ନାମକ ଜନୈକା ଛାତ୍ରୀ ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ନିଜ ସାଇକଲ ଯୋଗେ ଗଞ୍ଜେଇଗୁଡା ଠାରେ ଥିବା ଘରକୁ ଫେରୁଥିଲେ। ବରଗାଁ ଛକ ନିକଟରେ ହଠାତ୍ ଓଡି୦୮ ଏମ୍ ୧୪୯୧ ନମ୍ବର ବିଶିଷ୍ଟ ଅଟୋ ଛାତ୍ରୀ ରୋହିଣୀ ଙ୍କ ସାଇକେଲ କୁ ଧକ୍କା ଦେଇଥିଲା। ଯାହାରି ଫଳରେ ଛାତ୍ରୀ ଜଣକ ଛିଟିକି ପଡି ଗୁରୁତର ହେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତମାନ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ୨.୯ବର୍ଷ ର ଭବାନୀପାଟଣାର କୁନି ଝିଅ କଶିସ

Sunil Chandra Nayak

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବାଣ ଫୁଟି ଯୁବକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!