ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭ୍ରାଂଶୁ ଶେଖର ପାଢୀ ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

 

ଶୁଭ୍ରାଂଶୁ ଶେଖର ପାଢୀ

 

ବୈଶାଖ ମାସର ଶୁକ୍ଳ ପକ୍ଷ ତିଥି

               ତୃତୀୟା ଦିନଟି ଜାଣ ।

ଅନୁକୂଳ ପାଇଁ ସର୍ବ ଶୁଭ ନାମ

              ଅକ୍ଷୟ ତୃତୀୟା ନାମ ।୧।

ପ୍ରଭୁ ପର୍ଶୁରାମ ଦେବୀ ଅନ୍ନପୂର୍ଣ୍ଣା

               ଜନ୍ମ ଅଟେ ଏହି ଦିନ ।

ଜନ୍ମ ଲଭିଥିଲେ ଅକ୍ଷୟ କୁମାର

                ବ୍ରହ୍ମ ଦେବଙ୍କ ସନ୍ତାନ ।୨।

ଚଷା ପୁଅ କରେ ମୁଠି ଅନୁକୂଳ

                ମନରେ ହରଷ ଭରି ।

ବର୍ଷର ପ୍ରଥମ ବିହନକୁ ବୁଣେ

             ଅନ୍ନପୂର୍ଣ୍ଣାଙ୍କୁ ସୁମରି ।୩।

ପ୍ରଭୁ ବଳରାମ ରେବତିଙ୍କ ବାହା

             ହୋଇଥିଲା ଏହି ଦିନ ।

ପତିତପାବନୀ ଗଙ୍ଗା କରିଥିଲେ

                ଆଜି ଧରାବତରଣ ।୪।

ରଥଯାତ୍ରା ପାଇଁ ରଥ ନିର୍ମାଣର

              ଶୁଭାରମ୍ଭ ହୁଏ ଆଜି ।

କୁଳବଧୂ ଦିଏ ବାଲି ପିଣ୍ଡ ଆଜି

             ପିତୃପୁରୁଷଙ୍କୁ ଭଜି ।୫।

ମହିଷାସୁର କୁ ଦେବୀ ଦୁର୍ଗା ଯୁଦ୍ଧେ

             କରିଥିଲେ ପରାଜିତ ।

ଗଣେଶଙ୍କ ହସ୍ତେ ବ୍ୟାସ କରିଥିଲେ

               ରଚନା ମହାଭାରତ ।୬।

ଯୁଧିଷ୍ଠିର ହସ୍ତେ ଅକ୍ଷୟ ପାତ୍ରକୁ

           ଭେଟି ଦେଲେ ସୂର୍ଯ୍ୟ ଦେବ ।

ସର୍ବ ଶୁଭ କାର୍ଯ୍ୟ ହୁଏ ଏହି ଦିନ

               ଦିବସଟି ଯେଣୁ ଶୁଭ ।୭।

ବୀରମହାରାଜପୁର, ସୁବର୍ଣ୍ଣପୁର

Related posts

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

ଜାତୀୟ ଅଙ୍ଗଦାନ ଦିବସ ପାଳନ

Sunil Chandra Nayak

ପିପଲପଦର ମହାଲକ୍ଷ୍ମୀ କ୍ରିକେଟ କ୍ଲବରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

Leave a Comment

error: Content is protected !!