ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

ଡାବୁଗାଁ,୧୭/୯ (ମ.ନି.ସ.)- ଡାବୁଗାଁ ସଦର ମହକୁମା ସ୍ଥିତ ବିଦ୍ୟୁତ ବିଭାଗ, ବ୍ଲକ କାର୍ଯ୍ୟ|ଳୟ, ଓଡିଶା ବିହନ ନିଗମ ପ୍ଳାଣ୍ଟ ଓ ବିଭିନ୍ନ ବେସରକାରି ଅନୁଷ୍ଠାନ ରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ବୁଧବାର ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟୁତ ବିଭାଗ କାର୍ଯ୍ୟ|ଳୟ ଠାରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଭୁ ବିଶ୍ଵକର୍ମାଙ୍କ ମୂର୍ତି ସ୍ଥାପନ କରି ବହୁ ଧୁମ୍ ଧାମ୍ ରେ ପାଳନ କରିଛନ୍ତି | ବିଦ୍ୟୁତ ବିଭାଗ ଲାଇନମ୍ୟାନ ପ୍ରବୀଣ କୁମାର ସାହୁ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ | ଏହି ପୂଜା ମଣ୍ଡପ ଗୁଡିକରେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ପଡୁଛି | ସନ୍ଧ୍ୟାରେ ବିଶ୍ଵକର୍ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି | ସାଉଥକୋ କାର୍ଯ୍ୟ|ଳୟ ରେ ହୋଇ ଥିବା ମୂର୍ତ୍ତୀ, ସାଜ ସଜା ବହୁତ ଆକର୍ଷଣୀୟ ହୋଇଥିଲା | ଏଠାରେ ମଧ୍ୟାନ୍ନ ରେ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରା ଯାଇଥିଲା | ଏଥିରେ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ଲାଇନମ୍ୟାନ ଉତ୍ତମ ଦାସ ଓ ଅନ୍ୟମାନେପରିଚାଳନା କରିଥିଲେ | ସେହିପରି ବ୍ଲକ କାର୍ଯ୍ୟ|ଲୟରେ କର୍ତ୍ତା ଭାବେ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ଦୀପକ ମିଶ୍ର ପୂଜାର୍ଚ୍ଚନା କରିଥିବା ସହକାରୀ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଅଭିନାଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

Sunil Chandra Nayak

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

Sunil Chandra Nayak

Leave a Comment

error: Content is protected !!