ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସ୍ଵଚ୍ଛତା ଉତ୍ସବ ପାଳିତ 

ଜିଲ୍ଲା ସ୍ତରୀୟ ସ୍ଵଚ୍ଛତା ଉତ୍ସବ ପାଳିତ 

    ରାୟଗଡ଼  —      ଜିଲ୍ଲା ସ୍ତରୀୟ ସ୍ଵଚ୍ଛତା ଉତ୍ସବ ତଥା ଏକ ପେଡ ମାଁକେ ନାମ କାର୍ଯ୍ୟକ୍ରମ ବୁଧବାର ରାୟଗଡ଼ ସଦରମହକୁମାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରାଲି ବ୍ଳକ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସ୍ବଚ୍ଛତା ଓ ବୃକ୍ଷରୋପଣ ସମ୍ପର୍କିତ ସ୍ଲୋଗାନରେ ଗାନ୍ଧୀନଗର, ରାୟଗଡ କଲେଜ ଓ ଆଖପାଖ ଅଞ୍ଚଳ ମୁଖରିତ ହୋଇ ଉଠିଥିଲା । ବିଭିନ୍ନ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । 

            ପରେ ଜିଲ୍ଲା ପରିଷଦ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଆହୋଲ, ମୁଖ୍ଯ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଁ ପାଇଁ ଗଛଟିଏ ଓ ସ୍ବଚ୍ଛତା ହିଁ ସୁସ୍ଥତା ସମ୍ପର୍କିତ ସଚେତନତା ବୈଠକ ଅନୁ୍ଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ବକୁ ପ୍ରଦୂଷଣମୁକ୍ତ ରଖିବା ନିମନ୍ତେ ବୃକ୍ଷରୋପଣ ସହ ସ୍ବଚ୍ଛ ପରିବେଶର ଆବଶ୍ୟକତା ବିଷୟରେ ଅତିଥିବୃନ୍ଦ ଅଭିଭାଷଣ ରଖିଥିଲେ । ସ୍ବଚ୍ଛତାର ଶପଥ ଗ୍ରହଣ କରାଯାଇଥିଲା । ଜିଲ୍ଲାର ସମସ୍ତ ୧୮୨ ଗଟି ଗ୍ରାମ ପଞ୍ଚାୟତରେ ପାଞ୍ଚ ଶହ ଲେଖାଏଁ ବୃକ୍ଷରୋପଣ କରାଯିବ। ଆଗକୁ ଏହି ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ ପ୍ରକାଶ କରିଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

ଟ୍ରାକଟର ଓଲଟି ଚାଳକ ର ମୃତ୍ୟୁ

masiha

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ୫୭୮୨ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଗାଁକୁ ଯାଇ ବଣ୍ଟନ , ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ ନିରାଶ 

Sunil Chandra Nayak

Leave a Comment

error: Content is protected !!