ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗ ଦେଇ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼ ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ସେବା ପକ୍ଷ ରକ୍ତ ଦାନ ସଂଯୋଗ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ନରହରି ପଟ୍ଟନାୟକ, ଖଇର ପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ, ପର୍ଲା ମଣ୍ଡଳ ସଭାପତି ଅଭୟ ମେହେର, ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୈାରଭ ମିତ୍ତଲ, ମନିଦ୍ର ଭୂଷଣ ପାତ୍ର, ହେମନ୍ତ କୁମାର ମାଝୀ, ଘନଶ୍ୟାମ ଭାଟି, ବାଞ୍ଛାନିଧି ଯୋଶୀ, ସମେତ ଭାରତୀୟ ଜନତା ପାର୍ଟିର ଅନେକ କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସର୍ଵ ମୋଟ ୨୦୦ ୟୁନିଟ ବ୍ଳଡ ସଂଗ୍ରହ କରାଯାଇଥିଲା। ଧର୍ମଗଡ଼ ରେ ଵ୍ଳଡ ବ୍ୟାଙ୍କ ହେଲା ଦିନଠାରୁ ଏହା ପ୍ରଥମ ବୋଳି ବ୍ଳଡ ବ୍ୟାଙ୍କ୍ ପକ୍ଷରୁ ସୂଚନା ଦିଆଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲା ରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ପଲମ ଠାରେ ଆୟୋଜିତ

Sunil Chandra Nayak

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

masiha

Leave a Comment

error: Content is protected !!