ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେପୁର ମଣ୍ଡଳ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

ଦେପୁର ମଣ୍ଡଳ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

ଭବାନୀପାଟଣା: ଜନପ୍ରିୟ ମୁଖମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ଭାରତୀୟ ଜନତା ପାର୍ଟି ସମ୍ମାନୀୟ ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଢ଼ଙ୍କ ନେତୃତ୍ୱ ରେ ଜିଲ୍ଲାର ସମଗ୍ର ୪୧ ଗୋଟି ମଣ୍ଡଳରେ “ସେବାପକ୍ଷ” ତରଫରୁ ଗତ ୧୭ ତାରିଖରୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଅଛି I ସେହି କ୍ରମରେ ଆଜି ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସାଙ୍ଗଠନିକ ଦେପୁର ମଣ୍ଡଳ ତରଫରୁ ଗୁଡ଼ିଆଳିପଦର ଗ୍ରାମପଂଚାୟତ ର ବଳରାମପୁର ଗ୍ରାମର କାଳେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଯୁବ ସଂଗଠକ ଆଶୁତୋଷ ମିଶ୍ର ଙ୍କ ସଭାପତିତ୍ୱରେ ହୋଇଯାଇଅଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୁଡ଼ିଆଳିପଦର ପଂଚାୟତ ର ନାଏବ ସରପଞ୍ଚ ସତ୍ୟ ନାରାୟଣ ଶାହ, ସ୍ୱତନ୍ତ୍ର ଅତିଥି ଡ. ଭବାନୀ ଶଙ୍କର ନିଆଲ, ସମ୍ମାନିତ ଅତିଥି ଭାବରେ ଯୁବ ସମାଜସେବୀ ଲବଣୀଧର ମହାନନ୍ଦ, ୱାର୍ଡ ମେମ୍ବର ଅହଲ୍ୟା ଶବର, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ମୁନି, ନବକିଶୋର ମିଶ୍ର,ଆଲ୍ଲାଦିନୀ ଶାହ ଏବଂ ଗ୍ରାମର ଅନ୍ୟାନ୍ୟ ଚାଷୀ ଭାଇ ଓ ମା ମାନେ ଉପସ୍ଥିତ ରହିଥିଲେ I ଯୁବ ସମାଜସେବୀ ପ୍ରଦୀପ କୁମାର ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ସର୍ବପ୍ରଥମେ ଆଶୁତୋଷ ମିଶ୍ର ଉପସ୍ଥିତ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ I ତାପରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରୁ ସ୍ଥାନୀୟ ସଫଳ ଚାଷୀ ଥବୀର କରୁଆଁ, ଆଶିଷ ମହାପାତ୍ର ଉପସ୍ଥିତ ରହିଥିଲେ I ପରିଶେଷରେ ଆଶୁତୋଷ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I 

Related posts

ସ୍ମାର୍ଟ ମିଟର୍ ବିରୋଧରେ ତାତିଲା ଜିଲ୍ଲା ଓକିଲ ସଂଘ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

୧୧ ତମ କୃଷି ଗଣନା ୨୦୨୧-୨୨ ନିମନ୍ତେ ପ୍ରଥମ ଜିଲ୍ଲା ସ୍ତରୀୟ ସଂଯୋଜନା କମିଟି ବୈଠକ , ଜାନୁଆରୀରୁ ସର୍ଭେ 

Sunil Chandra Nayak

ଜିଲ୍ଲାସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ

masiha

Leave a Comment

error: Content is protected !!