ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜସ୍ଵ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

ରାଜସ୍ଵ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

ବ୍ରହ୍ମପୁର,22/9 : ଭାଜପା ସରକାର କ୍ଷମତାକୁ ଆସିବା ପୂର୍ବରୁ ଗୁଜୁରାଟ ମୋଡେଲରେ ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଓଡ଼ିଶାରେ ରାଜ୍ୟ ସରକାର 70ଟି ମଦ ଦୋକାନ ଖୋଲିବାକୁ ଅନୁମୋଦନ କରିଛନ୍ତି । ରାଜ୍ୟର 33ଟି ଜିଲାରେ ଏହି ମଦ ଦୋକାନ ଖୋଲାଯିବା ନେଇ ସ୍ଥିର ହୋଇଛି । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ନିଶା ନିବାରଣ ଅଭିଯାନର ସମ୍ପାଦକ ରବି ରଥ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ନିଶାମୁକ୍ତ ଭାରତ ସମ୍ମିଳିତ ବାର୍ତ୍ତା ନେଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରୁଥିବା ବେଳେ ଅନ୍ୟପଟେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହି ସରକାରରେ କହିବା ଓ କାର୍ଯ୍ୟରେ କୌଣସି ତାଳମେଳ ରହୁନାହିଁ ବୋଲି ଶ୍ରୀ ରଥ ବିବୃତ୍ତିରେ କହିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ, 1954 ମସିହାରେ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଗଢ଼ିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଫଳପ୍ରଦ ହୋଇପାରିଲା ନାହିଁ। କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଏକ ସର୍ଭେରୁ ଜଣାପଡ଼ିଛି ଓଡ଼ିଶା 38.4 ପ୍ରତିଶତ ଲୋକ ମଦ ପିଅନ୍ତି । ଯାହା ଜାତୀୟ ହାରଠୁ ସର୍ବାଧିକ । ଏହାଠାରୁ ଅଧିକ ମଦୁଆ ସୃଷ୍ଟି କରାନଯାଉ ବୋଲି ଶ୍ରୀ ରଥ କହିଛନ୍ତି।

ଓଡ଼ିଶା ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବନ୍ଦ ଥିବା 70 ମଦ ଦୋକାନକୁ ଖୋଲିବା ଅନୁମତି ଦେବା ସହ ନୂତନ ଭାବେ 4 ଠିପି ଖୋଲା ମଦ ଦୋକାନ ଖୋଲିବା ଓ 3 ମଦ କାରଖାନା ନୂତନ ଭାବେ ଖୋଲିବାକୁ ଲିଖିତ ଭାବେ ଉତ୍ତର ରଖି ହାସ୍ୟାସ୍ପଦ ମନେ ହେଉଛି, ଯାହାକୁ ଦୃଢ଼ ବିରୋଧ କରିଛି ଓଡ଼ିଶା ନିଶା ନିବାରଣ ଅଭିଯାନ ।  

ରବି ରଥ

ସମ୍ପାଦକ, ଓଡ଼ିଶା ନିଶା ନିବାରଣ ଅଭିଯାନ

Related posts

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

masiha

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

masiha

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ 

Sunil Chandra Nayak

Leave a Comment

error: Content is protected !!