ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

ଆସିକା,୨୨/୯/୨୫ — ସାପ୍ତାହିକ ଜନ ଶୁଣାଣି କାର୍ଯକ୍ରମ ରେ ଯୋଗ ଦେବାକୁ ଆସିଥିଲେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି। ହେଲେ ଅଭିଯୋଗ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅଚାନକ ପାଠ ପଢ଼ାଇବା ପାଇଁ ମନ ବଳିବାରୁ ଗାଡି ପଞ୍ଚାୟତ କାର୍ଯ୍ୟଳୟ କୁ ନଯାଇ ମୋଡ଼ ବଦଳାଇ ପହଞ୍ଚିଥିଲା ଏକ ସ୍ମାର୍ଟ ସ୍କୁଲ ରେ । ଅଚାନକ ତହସିଲଦାର ଙ୍କୁ ଦେଖି ଶିକ୍ଷକ ଓ ଛାତ୍ର ଛାତ୍ରୀ ଚକିତ ହୋଇଯାଇଥିଲେ । ଏପରି ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି ଧରାକୋଟ ବ୍ଲକର ଝରପାରି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ। ଏହି ବିଦ୍ୟାଳୟ ରେ ପ୍ରଥମରୁ ଦଶମ ଶ୍ରେଣୀରେ ମୋଟ 250 ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଆଜି ତହସିଲଦାର ସିଧା ଦଶମ ଶ୍ରେଣୀରେ ପହଞ୍ଚି ପିଲା ମାନଙ୍କ ସହ ଭାବ ବିନିମୟ କରିଥିଲେ । ପିଲା ମାନଙ୍କ ସହ ସାଧାରଣ ଜ୍ଞାନ ସମ୍ପର୍କରେ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିଥିଲେ । ଏହା ପରେ ପିଲାଙ୍କ ଶ୍ରେଣୀର ବିଭିନ୍ନ ବିଷୟ ବସ୍ତୁ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଶୃଙ୍ଖଳା ଜ୍ଞାନ,ଚରିତ୍ର ଗଠନ, ଅଧ୍ୟବସାୟୀ, ସମୟୋପଯୋଗୀ ହେବାକୁ ପରାମର୍ଶ ଦେବା ସହ ସୁନେଲି ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ । ଏହା ପରେ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଖଣ୍ଡୁଆଳ,ଶିକ୍ଷକ ବାଙ୍କନିଧି ପାଇକ , ମେଗଡିଲ ଗମାଙ୍ଗ, ଚିତ୍ତ ରଞ୍ଜନ ପଣ୍ଡା, ରାମଚନ୍ଦ୍ର ଗମାଙ୍ଗ,ଅଶୋକ କୁମାର ଆଚାରି,ମନ୍ଦାକିନୀ ଜେନା ,ଶଙ୍କର କୁମାର ବେହେରା,ରୋହିତ କୁମାର ସାହୁ ଙ୍କ ଉପସ୍ଥିତିରେ ବିଦ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ଅବସରରେ ଏ ବି ଇ ଓ ସୌରୀ ଶଙ୍କର ବେହେରା ଉପସ୍ଥିତ ରହିଥିଲେ ।ସଂପ୍ରତି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପାଇଁ ଦୁଇଜଣ ଓ ଜଣେ କ୍ରୀଡା ଶିକ୍ଷକ ଙ୍କ ଅଭାବ ରହିଥିବା ପ୍ରଧାନ ଶିକ୍ଷକ ଦର୍ଶାଇଥିଲେ । ବିଦ୍ୟାଳୟର ସୈଖିକ ବାତାବରଣ ଦେଖି ତହସିଲଦାର ସନ୍ତୋଷ ପ୍ରକାଶ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ପଞ୍ଚଭୂତ ରେ ଲୀନ ହେଲେ ଶତାୟୁ ଆଦର୍ଶ ଶିକ୍ଷକ କୁଳମଣି ମହାନ୍ତ ; ଵାମନଘାଟୀ ଉପଖଣ୍ଡରେ ଶୋକର ଛାୟା

masiha

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

ଜାତୀୟ ଡେଙ୍ଗୁ ଦିବସରେ ମ୍ୟlଲେରିଆ ଓ ଜଳବାହିତ ରୋଗ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!