ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଭବନ ଅନୁଷ୍ଠାନର ୩୩ତମ ସାଧାରଣ ସଭା 

ଅବସର ଭବନ ଅନୁଷ୍ଠାନର ୩୩ତମ ସାଧାରଣ ସଭା 

ରାଉରକେଲା: ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସ ସଂଘର ପତକା ଉତ୍ତୋଳନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେ ସଂଘର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ତଥା ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର ୨୦୨୩-୨୪ ଆୟବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ। ଏହାକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲେ। ଏହି ସଭାରେ ସର୍ବଶ୍ରୀ ଭାରତୀକୃଷ୍ଣ ମିଶ୍ର,ଆଲୋକ ବୋଷ,ବିମଳ ମହାନ୍ତି, ସନ୍ତୋଷ ମହାପାତ୍ର, ପ୍ରମୋଦ ମହାନ୍ତି, ନିତ୍ୟାନନ୍ଦ ଧର, ଏସ୍ ରାଉତ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ପ୍ରସ୍ତାବ ରଖିଥିଲେ।ଏହି ଅବସରରେ ଅନୁଷ୍ଠାନ ପ୍ରତି ସ୍ବତଃ ପ୍ରବୃତ୍ତ ସେବା ପାଇଁ ପ୍ରବୀର କୁମାର ସାହୁ ଓ ସୁବାସ ଚନ୍ଦ୍ର ପଣ୍ଡା ସମ୍ମାନିତ କରାଯାଇଥିଲା। ସେହିପରି ବିଗତ ବର୍ଷ ୪୬ ଜଣ ସଦସ୍ୟଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସଦସ୍ୟ ରାଧାମୋହନ ନାୟକ ସଭା ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଅନିରୁଦ୍ଧ ଦାସ, ଧନଞ୍ଜୟ ଦାଶ, କୃଷ୍ଣଚନ୍ଦ୍ର ମହାନ୍ତି, କପିଳେଶ୍ୱର ମହାରଣା, ନାରାୟଣ ସାମଲ, ଗୈାରିଶଙ୍କର ମିଶ୍ର, ଭଗବାନ ସାହୁ, ଧରଣୀଧର ସାମଲ, ରବିନ୍ଦ୍ରନାଥ ପ୍ରଧାନ,ବିକ୍ରମ ପ୍ରଧାନ, ବଂଶୀଧର ପରିଡା, ପଅରବିନ୍ଦ ପାତ୍ର, ଅକ୍ଷୟ ନାୟକ, ବସନ୍ତ ଜେନା, ଚାନ୍ଦମଣୀ ବେଉରିଆ, ଶତୃଘ୍ନ ଜେନା, ଅମରେନ୍ଦ୍ର ପଟ୍ଟନାୟକ,ପି କେ ଶତପଥୀ,ପି ପତି,ଅମର ରାଉତ, ସତ୍ୟ ଦାସ, ହରେନ୍ଦ୍ରନାଥ ପୁରୋହିତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନଗଣନା ର ସତେଜ ତାଲିମ ଶିବିର 

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦର ବୈଠକ

masiha

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

Leave a Comment

error: Content is protected !!