ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଚ୍ଛ ଭାରତ ପାଇଖାନାର ବିକଳ ଅବସ୍ଥା

ସ୍ୱଚ୍ଛ ଭାରତ ପାଇଖାନାର ବିକଳ ଅବସ୍ଥା

କାମାକ୍ଷାନଗର (ମନିସ)23/9/25 — ଗାଁ ହେଉ କି ସହରକୁ ସ୍ୱଚ୍ଛ ପରିବେଶକୁ ଆଣିବାକୁ ଓ ବାହାରେ ମାଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା ପାଇଁ ସରକାର କରିଛନ୍ତି ସ୍ୱଚ୍ଛ ଭାରତ ମିଶନ | ଯେଉଁଥିରେ ପ୍ରତ୍ୟେକଟି ଗରିବ ପାଇବାରକୁ ପାଇଖାନା ମିଳିପାରିବ ଯାହା ଫଳରେ ପରିବେଶ ଏକ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ହୋଇ ପାରିବ | କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଗୋଟିଏ ଘରକୁ ତାଙ୍କ ଜୀବନ କାଳ ମଧ୍ୟରେ କେବଳ ଥରୁଟିଏ ଏହି ଯୋଜନା ମାଧ୍ୟମରେ ପାଇଖାନା ଟିଏ ମିଳି ପାରିବ | କାରଣ ଯେତେବେଳେ ଏହି ଯୋଜନାରେ ଗରିବଙ୍କୁ ଖଣ୍ଡିଏ ପାଇଖାନା ମିଳିଲା ସେତେବେଳେ ପାଇଖାନା ତିଆରି କରୁଥିବା କଣ୍ଟ୍ରାକ୍ଟର ମାନେ ଅତି ନିମ୍ନ ମାନର ବାଲି,ସିମେଣ୍ଟ,ଇଟା ଓ ରଡ଼ ବ୍ୟବହାର କରିବା ସହ ଅତି ନିମ୍ନ ମାନର କାର୍ଯ୍ୟ କରିବା ଓ ପାଇଖାନା ପାଇଁ ଆସିଥିବା ନନ୍ଦ ଗୁଡ଼ିକ ତଳେ ନ ପୋତି ମଧ୍ୟ ବିଲ ଉଠାଇ ଲୋକ ଓ ସରକାରଙ୍କୁ ଭୁଆଁ ବୁଲାଇ ବିଲ ଉଠାଇ ଚଳୁ କରି ଦେଇଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଗଡ଼ ନୃସିଂହ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରୁଗା ନାଏକ ସାହିରେ | ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନା ଅଧୀନରେ ଆସିଥିବା ପାଇଖାନା ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ଅନ୍ୟ କୌଣସି ଉପାୟ ନପାଇ ଲୋକେ ବାହାରକୁ ମାଳତ୍ୟାଗ କରି ଯିବା ପାଇଁ ବାଧ୍ୟ ହେଉଛନ୍ତି | ଏଠି ଏକ ପ୍ରଶ୍ନ ଉଠୁଛି ଯେତେବେଳେ ଏଭଳି ନିମ୍ନ ମାନର ପାଇଖାନା ନିର୍ମାଣ କରି କଣ୍ଟ୍ରାକ୍ଟର ବିଲ ଉଠାଇ ଚଳୁ କଲେ ସେତେବେଳେ କଣ ଠିକ ଭାବରେ ଯାଞ୍ଚ କରିନଥିଲା କି ବ୍ଲକ ପ୍ରଶାସନ ? ଯେଉଁଥିପାଇଁ ଆଜି ଏଭଳି ଦୁର୍ଦିନ ଦେଖିବାକୁ ମିଳୁଛି | ଆଉ ଗୋଟିଏ କାରଣ ହେଉଛି ସରକାର ଗୋଟିଏ ଘର ବା ଗୋଟିଏ ରାସନ କାର୍ଡ଼ ପିଛା ଗୋଟିଏ ପାଇଖାନା ଯୋଗାଇ ଦେଉଛନ୍ତି | ଯାହା ଫଳରେ ଗୋଟିଏ ପରିବାର ତା ଜୀବନକାଳ ଭିତରେ କେବଳ ଥରେ ଓ ଗୋଟିଏ ପାଇଖାନା ପାଇବ ଆଉ କେବେ ତାକୁ ଏହି ଯୋଜନାରେ ସାମିଲ କରା ଯାଇପାରିବନି | କାରଣ ପାଇଖାନାର ଏଭଳି ଅବସ୍ଥା ଦେଖି ଯେତେବେଳେ ଜଣେ ପୁଣିଥରେ ଏହି ଯୋଜନା ମାଧ୍ୟମରେ ପାଇଖାନା ଟିଏ ଆବେଦନ କରିବାକୁ ଯାଉଛି ତାହାର ଆବେଦନକୁ ଅନଲାଇନରେ ଖାରଜ କରି ଦିଆ ଯାଉଛି ଆଉ ଦର୍ଶାଯାଉଛି ଯେ ତୁମେ ଏହି ରେସନ କାର୍ଡ଼ରେ ପୂର୍ବରୁ ପାଇଖାନା ପାଇ ସାରିଛ | ସର୍ବସାଧାରଣରେ ଦାବି ହେଉଛି କି ଏହି ଯୋଜନାର ନିୟମ ଗୁଡ଼ିକୁ ପୁଣିଥରେ ବିଚାର କରାଯିବା ସହ ଭାଙ୍ଗି ଯାଇଥିବା ପାଇଖାନା ଗୁଡ଼ିକୁ ପୁନର୍ବାର ଯାଞ୍ଚ କରି ଉଚିତ ପଦକ୍ଷେପ ନିଆଯାଉ |

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପରିଚୟ ତରଫରୁ ଯୁବ କଳାକାର ସମାବେଶ

Sunil Chandra Nayak

ଜେକେ ପେପର୍ ମିଲ୍ସ ତରଫରୁ ଛାତ୍ରୀ ଙ୍କୁ ପଠନ ସାମଗ୍ରୀ ବଣ୍ଟନ

Sunil Chandra Nayak

ରାୟଗଡାରେ ଆୟୋଜିତ ହେଲା ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ

masiha

Leave a Comment

error: Content is protected !!