ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୬୬ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡା ସାର୍ବଜନୀନ ଦୂର୍ଗା ପୂଜା  ଆସନ୍ତା ଅକ୍ଟୋବର ୨ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା

୬୬ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡା ସାର୍ବଜନୀନ ଦୂର୍ଗା ପୂଜା 

ଆସନ୍ତା ଅକ୍ଟୋବର ୨ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା

ଧର୍ମଗଡ ସହର ର ସର୍ଵ ପୂରାତନ ଦୂର୍ଗାପୂଜା ବସ୍ତି ପଡା ସାର୍ବଜନୀନ ଦୂର୍ଗା ପୂଜା ଚଳିତ ବର୍ଷ ୬୬ ତମ ବର୍ଷ ରେ ପଦାର୍ପଣ କରିଛି । ନବଦିନାତ୍ମକ ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ଟୁଟୁ ମହାପାତ୍ର, ସହଯୋଗୀ ପୂଜକ ଭାବେ ଭଗବାନ ପଣ୍ଡା ଓ ଅଖିଳ ପଣ୍ଡା ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ ନବୀନ ଅଗ୍ରୱାଲ ଓ ପତ୍ନୀ ରାଜଶ୍ରୀ ତାୟଲ ଦାୟିତ୍ଵ ନିର୍ବାହ କରୁଛନ୍ତି । ଚଳିତ ବର୍ଷ ପୂଜା କୁ ଆକର୍ଷଣୀୟ କରିବା ପାଇଁ ଏକ ସଦୃଶ୍ୟ ତୋରଣ ପ୍ରସ୍ତୁତ କରାଯାଇଛି ସହ ଅଞ୍ଚଳକୁ ଆଲୋକ ମାଳା ରେ ସୁସଜ୍ଜିତ କରଯାଇଛି। ନବ ଦିନ ବ୍ୟାପି ମାଆ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବ । ସେହିପରି ଧର୍ମଗଡ ର ଆରାଧ୍ୟ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ଉତ୍ସବ ଆସନ୍ତା ଅକ୍ଟୋବର ୨ ତାରିଖ ଗୁରବାର ଦିନ ଅନୁଷ୍ଠିତ ହେବ । ସୁଦୂର ପଶ୍ଚିମ ବଙ୍ଗ କୋଲକତା ର ମୂର୍ତ୍ତି କାରିଗର ଉଦୟ ପାଲ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ଅନିରୁଦ୍ଧ ଲହଜଲ ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି । ପୂଜା କମିଟି ର ସଭାପତି ଦିନେଶ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ କୁମାର ନାଏକ, ଉପ ସଭାପତି ଅଜିତ କୁମାର ସାହୁ ଓ କୁମୁଦ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ଶିବ ପ୍ରସାଦ ମାଝୀ ଓ ଆଶିଷ ବେହେରା ଓ କୋଷାଧ୍ୟକ୍ଷ ଭାବେ ଅନିଲ ଅଗ୍ରୱାଲ ଓ ସଞ୍ଜୁ ଅଗ୍ରୱାଲ ରହିଛନ୍ତି ।

ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସ ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି । ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା ପରଦିନ ଅର୍ଥାତ ଅକ୍ଟୋବର ୩ ତାରିଖ ଶୁକ୍ରବାର ଦିନ ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ

Sunil Chandra Nayak

ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ 

Sunil Chandra Nayak

ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐  ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ 

Sunil Chandra Nayak

Leave a Comment

error: Content is protected !!