ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚଚାରାଗୁଡl ଗ୍ରାମ ମା ଠାକୁରାଣୀ ଯାତ୍ରା ସମ୍ପନ୍ନ 

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚାରାଗୁଡl ଗ୍ରାମ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇ ଯାଇଛି l ଏହି ଅବସରରେ ତୁଳା ପୁଝାରୀ ଙ୍କ ଦ୍ଵାରା ମା ଠାକୁରାଣୀ ଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଗ୍ରାମର ଦେବା ଦେବୀ ପ୍ରତୀକ ଲାଠି, କୁରୁଚି,ଉକ୍ତ ମା ଠାକୁରାଣୀ ମଣ୍ଡପରେ ଆସି ପୂଜାର୍ଚ୍ଚନା କରାଯାଇ ଗ୍ରାମ ପରିକ୍ରମା କରିଥିଲେ l ପରିକ୍ରମା ସରିବା ପରେ ମା ଠାକୁରାଣୀ ମଣ୍ଡପକୁ ଫେରି ଯଥାରୀତରେ ପୂଜା ପାଇ ଥିଲେ।ପୂଜାକମିଟିରସହଯୋଗରେ ଉଠା ଦୋକାନୀ ମାନଙ୍କ ଗହଣରେ ଉକ୍ତ ସ୍ଥାନଟି ବେଶ୍ ଜନଗହଳି ହୋଇ ଉଠିଥିଲାl ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ମନୋରଞ୍ଜନ କାର୍ଯ୍ୟକ୍ରମରେ ମାଲକାନଗିରି ରୁ ଆସିଥିବା ନାଟ୍ଯ ଦଳ ଙ୍କଦ୍ଵାରା ନାଟକ ପ୍ରଦର୍ଶନକରାଯାଇଥିଲା l ଶିରା,ମହିଳା,କୁମାରୀ ଝିଅ ମାନଙ୍କ ସହଯୋଗରେ ଦେବା ଦେବୀ ମାନଙ୍କ ସବାର ହୋଇ ନୃତ୍ୟ ପରିବେଷଣ ମନୋମୁଗ୍ଧକର ହୋଇଥିଲା l କମିଟିର କର୍ମକର୍ତ୍ତା ମାନଙ୍କ ମଧ୍ଯରେ ଧର୍ମାନନ୍ଦ, ତ୍ରିନାଥ, ରାମ, ନରେନ୍ଦ୍ର, ଆଶାରାମ, 

ତାନ୍ତ୍ରୀପାଲ,ପବିତ୍ର, ବନ୍ଧୁ, ପ୍ରଫୁଲ୍ଲ,ଟୁଟୁ, ତୋଫାନ, କୃଷ୍ନ, ମଧୁ, ଯୋଗେଶ ପ୍ରମୂଖ ଙ୍କ ସହ ଗ୍ରାମ ବାସୀ ଙ୍କ ସହଯୋଗରେ ଯାତ୍ରା ସରସ ସୁନ୍ଦର ହୋଇଥିଲା l ଆଜି ଦେବା ଦେବୀ ପ୍ରତୀକ ଲାଠି, କରୁଚି ପୂଜାର୍ଚ୍ଚନା ପରେ ଯେ ଯାହାର ସ୍ଥାନକୁ ଯଥାରୀତି ସମ୍ମାନ ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମନ୍ତ୍ରୀ, ବିଧାୟକ, ନଗର ପାଳିକା ଅଧ୍ୟକ୍ଷ ସମଣି ଦ୍ବୟ ଙ୍କ ଦର୍ଶନ ସେବାର କଲେ ଲାଭ 

masiha

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

Sunil Chandra Nayak

ରାଇରଙ୍ଗପୁର ସତ୍ୟ ସାଇ ବିହାର ପରିସରରେ ଅଖଣ୍ଡ ଭଜନ 

masiha

Leave a Comment

error: Content is protected !!