ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି

ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି

ରୁପ୍ରା, ୨୪/୯ (ଅଜୟ ସେନାପତି ) : ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରୌପ୍ଯ ଜୟନ୍ତୀ ପାଳନ ସକାଶେ ବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇ ରୌପ୍ୟ ଜୟନ୍ତୀ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠର ପ୍ରଧାନ ଶିକ୍ଷକ ମୃତ୍ଯୁଞୟ ବେହେରାଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାକାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ଶିକ୍ଷକ ଡିଲେଶ୍ବର ରଣା କମିଟିର ରୂପରେଖ ବାବଦରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ର ମାନଙ୍କ ପ୍ରତି ବ୍ଯାଚରୁ ଦୁଇଜଣ ସଦସ୍ଯ ଭାବରେ ୬୬ ଜଣଙ୍କୁ ନେଇ ନୂତନ ଆଲୁମିନି କୋର କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବରେ ୧୯୮୯ ମାଟ୍ରିକ ବ୍ଯାଚର ବରିଷ୍ଠ ଛାତ୍ର ତଥା ଶିକ୍ଷକ ରବିନ୍ଦ୍ର ସାହୁ, ସଂପାଦକ ତେଜରାଜ ସାହୁ (ବି), ୫ଜଣ ଉପସଭାପତି କିଶୋର ମହାଲିଙ୍ଗ, ପଦ୍ମଲୋଚନ ସେନାପତି, ଯୋଗେନ୍ଦ୍ର ମାଝୀ, ଶତ୍ରୁଘନ ମାଝୀ ଓ ନେହେରୁଲାଲ୍ ନନ୍ଦ, କୋଷାଧ୍ୟକ୍ଷ ଆଦିତ୍ଯ ମିଶ୍ର, ଯୁଗ୍ମ ସଂପାଦକ ହିରାଧର ସାହୁ, ଶୁସାନ୍ତ ସେନାପତି, ଯୁଗଳ ବିଶ୍ବାଳ, କୁମୁଦ ସାହୁ, ପ୍ରକାଶ ମିଶ୍ର, ମିଡିଆସେଲ ସଂଯୋଜକ ଭାବରେ ପର୍ବତାରୋହୀ ରୋମାଞ୍ଚଳ ଭୋଇ ଓ ଦେବେନ୍ଦ୍ର ସାହୁଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିପରି ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଏଭରେଷ୍ଟ ଆରୋହୀ ଶିକ୍ଷକ ଯୋଗବ୍ୟାସ ଭୋଇଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ସାହିତ୍ୟିକ ତଥା ପୁରାତନ ଛାତ୍ର ଡିଲେଶ୍ବର ରଣାଙ୍କୁ କାର୍ଯ୍ୟକାରୀ ସଂପାଦକ ଭାବରେ ମନୋନୀତ କରାଗଲା। ଆସନ୍ତା ଡିସେମ୍ବର ୨୦ ଓ ୨୧ ତାରିଖ ଦୁଇଦିନ ଧରି ରୌପ୍ଯ ଜୟନ୍ତୀ ଉତ୍ସବ ପାଳନ କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି କାର୍ଯ୍ୟକାରୀ ସଭାପତି ଶ୍ରୀ ଭୋଇ ସୂଚନା ପ୍ରଦାନ କରି କହିଛନ୍ତି। ଉକ୍ତ ବୈଠକରେ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ର ମାନଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ବେହେରା, ରାଧାକାନ୍ତ ସେନାପତି, ବିଜୟ ସାହୁ, ବିକ୍ରମ ଗଉଡ, ସୁଦାମ ଚରଣ ମିଶ୍ର ଓ ପ୍ରଦୀପ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷକ ସୁଦାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

Sunil Chandra Nayak

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

ରାଇରଙ୍ଗପୁରରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ

masiha

Leave a Comment

error: Content is protected !!