ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

କଟକ : ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହାରାଜଙ୍କ ୧୫୧ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ପ୍ରହରାଜ ପୂଜା ପରିଷଦ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ପରିଷଦର ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆସନ୍ତା ୨୭ ତାରିଖ ଦିନ ସ୍ବର୍ଗତ ପ୍ରହାରାଜଙ୍କ ଜନ୍ମସ୍ଥାନ ସିଦ୍ଧେଶ୍ବରପୁର ସ୍ଥିତ ତାଙ୍କରି ନାମରେ ସ୍ଥାପିତ ଗୋପାଳ ସ୍ମୃତି ବିଦ୍ୟାପୀଠରେ ଓଡିଶା ସାହିତ୍ୟ ଏକାଡେମୀର ଦ୍ୱାରା ପାଳନ ହେବାକୁ ଯାଉଥିବା ଏହି ଜୟନ୍ତୀ ପାଇଁ ସ୍ଥାନୀୟ ଅଞ୍ଚଳର ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟକୁ ନେଇ ବକୃତା ପ୍ରତିଯୋଗିତାରେ ଯୋଗ୍ୟବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ପରସ୍କୃତ କରାଯିବା ସହିତ ପ୍ରତିବର୍ଷ ପରି ଗତ ମାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ଓଡ଼ିଆ ସାହିତ୍ୟ ବିଷୟରେ ସର୍ବାଧିକ ନମ୍ବର ରଖିଥିବା କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯିବ ବୋଲି ପରିଷଦର ସମ୍ପାଦକ ପିୟୁଷ ରଞ୍ଜନ ପରିଡା କହିଥିଲେ।ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କବି ପିତାମ୍ବର ମହାପାତ୍ର,ସହ ସମ୍ପାଦକ ରମାକାନ୍ତ ନାୟକ,କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପରିଷଦର ସଂଯୋଜକ ସାମ୍ବାଦିକ ତାପସ ରାଉତରାୟ, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ପାସ ହାର 98 ପ୍ରତିଶତ :ଅଭିନବ କୁମାର 93.33 ରଖି ବ୍ଲକ ଟପ୍ପର 

NCC କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

masiha

ଢେଙ୍କାନାଳ ଜିଲ୍ଲା ଜନଗଣନା କାର୍ଯ୍ୟର ପରିଦର୍ଶନ କଲେ ଓଡ଼ିଶା ଜନଗଣନା ବିଭାଗର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ

Sunil Chandra Nayak

Leave a Comment

error: Content is protected !!