ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ବିପ୍ଳବଙ୍କ ଏକଦଶାହରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି “

“ବିପ୍ଳବଙ୍କ ଏକଦଶାହରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି “

ଜୁନାଗଡ଼ – ତା – 2୫/୯/(ମନୀସ) କଳାହାଣ୍ଡି ର ବିଶିଷ୍ଟ ସାମ୍ୟବାଦୀ ନେତା ସାଥୀ ଦାମୋଦର ବେହେରାଙ୍କ ସୁପୁତ୍ର ବିପ୍ଳବ ବେହେରା ଙ୍କ ଦୁର୍ଘଟଣା ଜନିତ ବିୟୋଗରେ ଏକଦଶାହ ରେ ସ୍ଥାନୀୟ ଜୁନାଗଡ଼ ରେଣ୍ଡୋ ମାଝୀ ସଂସ୍କୃତି ଭବନରେ ଯୁବ ନେତା ଜଗଦୀଶ ଦୁର୍ଗା ଙ୍କ ସଭାପତିତ୍ବରେ ଏକ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । 

      ପୂର୍ବାହ୍ନ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳିସଭା ପ୍ରାରମ୍ଭରେ ବିପ୍ଳବ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ୧ ମିନିଟ୍ ନୀରବ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ସ୍ବର୍ଗତ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା , ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଡ଼କ ଦୁର୍ଘଟଣା ର କାରଣ ନିରାକରଣ ପାଇ ଜନ ସଚେତନତା ର ଆବଶ୍ୟକତା ସଂପର୍କ ରେ ଉପସ୍ଥିତ ଶତାଧିକ ବୁଦ୍ଧିଜୀବି, ଭିନ୍ନ ଭିନ୍ନ ଗଣ ସଂଗଠନ ର ସାମାଜିକ କର୍ମୀମାନେ ବକ୍ତୃତା ପ୍ରଦାନ ସହ ବିପ୍ଳବର ଜୀବନ ଆଦର୍ଶ ର ସ୍ମୃତିଚାରଣ କରିଥିଲେ।ସ୍ମୃତି ସନ୍ତକ ନାମକ ଏକ ଶ୍ରଦ୍ଧାଞ୍ଜଳୀ ସ୍ମରଣିକା କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବରଗଡ଼ ଜିଲ୍ଲା କୃଷକ ନେତା ଲିଙ୍ଗରାଜ ପ୍ରଧାନ , ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ନିୟମଗିରି ସୁରକ୍ଷା ସମିତି ସଭାପତି ଲିଙ୍ଗରାଜ ଆଜାଦ୍, ସିପିଆଇ ନେତା ପ୍ରମୋଦ ମହାନ୍ତି, ଅମିୟ ପଟ୍ଟନାୟକ ସିପିଏମ ନେତା ନବ ପଟ୍ଟନାୟକ ବିଶିଷ୍ଟ ସାହତ୍ୟିକ କୈଳାସ ରାଉତ୍, ପବିତ୍ର ବାଗ, କବି ତଥା ମାନବାଧିକାର କର୍ମୀ ଅରୁଣ ବେହେରା , କଳାହାଣ୍ଡି ୟୁନିଭର୍ସିଟୀ ପ୍ରଫେସର ଲେଲିନ କୁମାର , ବକ୍ତବ୍ୟ ରଖିଥିଲେ।

    ଅନ୍ୟ ମାନଙ୍କ ମଧ୍ୟରେ ହିମାଂଶୁ ବରାଡ, ଦୟାନିଧି ଦାସ, ଉଦ୍ଧବ ସାହୁ, ରାଣୀମତି ଛତ୍ରିଆ, ବିଶ୍ଵନାଥ କର , ବିଶ୍ବରଂଜନ ପଣ୍ଡା ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୧- ବନ୍ଧୁଗାଁ ବ୍ଲକରେ ୪୫ ଟି ଯୁଗ୍ମ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ , ୨- ମୌଳିକ ସୁବିଧାରୁ ବଞ୍ଚିତ ଜାମ୍ବେଡ଼ି ଓ ଗଣ୍ଡେନି ଦୁଇ ଗ୍ରାମବାସୀ 

masiha

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

କଳାହାଣ୍ଡି ୭୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି, ଓଡିଶା ଭାସ୍କର ରଥ ର ଜୁନାଗଡ଼ ରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!