ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱର ବୋଇତ ବନ୍ଦାଣ ଉତ୍ସବ-୨୦୨୬ ପାଳନ ଅବସରରେ ଓଡିଶାର ନୌବାଣିଜ୍ୟ -ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପ୍ରତିକାତ୍ମ ପତ୍ରିକା ଉନ୍ମୋଚିତ 

ଜଳେଶ୍ୱର ବୋଇତ ବନ୍ଦାଣ ଉତ୍ସବ-୨୦୨୬ ପାଳନ ଅବସରରେ ଓଡିଶାର ନୌବାଣିଜ୍ୟ -ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପ୍ରତିକାତ୍ମ ପତ୍ରିକା ଉନ୍ମୋଚିତ 

  ଜଳେଶ୍ଵର,୨୫/୧୧(ମନିସ)- ଜଳେଶ୍ଵର  ଦେଉଳି ପଂଚୁଘଣ୍ଟା ଅନ୍ତର୍ଗତ ମା ମଂଗଳା ମନ୍ଦିର ପରିସରରେ ଜଳେଶ୍ୱର ସାହିତ୍ୟ ସଂସ୍କୃତି ସଂସଦ, ଉତ୍କଳ ସମ୍ମିଳନୀ, ଜଳେଶ୍ୱର ଶାଖା,  ଦିଗମ୍ବରୀଦେବୀ ଶିକ୍ଷାନୁଷ୍ଠାନ ସମୂହ, ମଂଗଳା କ୍ଲବ ମିଳିତ ଆନୁକୁଲ୍ୟରେ ଜଳେଶ୍ୱର ବୋଇତ ବନ୍ଦାଣ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି ।ପୌର ପରିଷଦର ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ଉଦଘାଟକ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଳେଶ୍ୱର ସାହିତ୍ୟ ସଂସ୍କୃତି ସଂସଦର ସଭାପତି ତଥା ବରିଷ୍ଠ ଆଇନଜିବୀ ସତ୍ୟ ସୁନ୍ଦର ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଗବେଷକ ଡ.ଶ୍ରୀକାନ୍ତ ଚରଣ ପାତ୍ର, ସମ୍ମାନିତ ଅତିଥି ରୂପେ ଉତ୍କଳ ସମ୍ମିଳନୀ ଶାଖା ସଭାପତି କମଳ ଚକ୍ରବର୍ତ୍ତୀ ,ଜଳେଶ୍ବର ସାହିତ୍ୟ ସଂସ୍କୃତି ସଂସଦର ସମ୍ପାଦକ ତଥା ଦିଗମ୍ବରୀ ଦେବୀ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଅଜିତ କୁମାର ମହାନ୍ତି ,ମୁଖ୍ୟବକ୍ତା ଭାବେ ଗବେଷକ ଡ.ଶ୍ରୀକାନ୍ତ ଚରଣ ପାତ୍ର, କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁ ଓ ଚନ୍ଦନ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ,ଗ୍ରାମ ମୁଖ୍ୟ ଅନନ୍ତ ଦାସ, ମଙ୍ଗଳା କ୍ଲବ୍ ସଭାପତି ସନ୍ୟାସୀ ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଓଡିଶାର ନୌବାଣିଜ୍ୟ -ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପ୍ରତିକାତ୍ମ ପତ୍ରିକା ଉନ୍ମୋଚିତ ହୋଇଥିଲା।

ଅବସରପ୍ରାପ୍ତ ଅଧ୍ୟକ୍ଷ ଜିତାରାମ ଦେ,ଇଂ ରତ୍ନାକର ରାୟ, ଆଇନଜୀବୀ ସୁକୁମାର ରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଗିରି,ବନବିହାରୀ ପ୍ରଧାନ, ବନମାଳୀ ଧଳ ଓ ରାଜାରାମ କର ଶର୍ମା,ଇଂ ଶ୍ରୀମନ୍ତ ଘୋଷ, ବିକାଶ କୁମାର ଧର, ସମରେଶ ଦିନ୍ଦା,ଅଶୋକ ଦାସ, ଘନଶ୍ୟାମ ଗିରି,ଦୁର୍ଗା ଶଙ୍କର ଆଶ,ମଧୁଛନ୍ଦା ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରିବେ ବୋଲି ପ୍ରକାଶ କରିଥିଲେ।ପ୍ରାରମ୍ଭରେ ମନୋରଞ୍ଜନ ଦାସ ଅତିଥି ପରିଚୟ କରିଥିବା ବେଳେ ଶେଷରେ ସୁବ୍ରତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଏକ ସୁସଜ୍ଜିତ ବୋଇତକୁ କଳାକାର ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ସୁସଜ୍ଜିତ ପଟୁଆରରେ ଜଳେଶ୍ଵର ସହର ପରିକ୍ରମା କରିବା ପରେ ସେକବାର୍ଡସ୍ଥିତ ଡ.ଅବଦୁଲ କଲାମ ପାର୍କ ନିକଟରେ ଥିବା ସୁବର୍ଣ୍ଣରେଖା ନଦୀରେ ଭସା ଯାଇଥିଲା।ପୌର ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ,ବଣିକ ସଂଘର ସଭାପତି ସୁଧୀର କୁମାର ମହାନ୍ତି,କାଉନସିଲର ସୂରଜ ଚୌରାଶିଆ,ଆଇ.ଟି.ଆଇ ଅଧକ୍ଷ ପ୍ରକାଶ କୁମାର ଦିନ୍ଦା,ଏ.ଟି.ଓ ମାନସ ମାଇତି ସମେତ ଅତିଥି ମାନେ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦଶହରା ପାଇଁଶାନ୍ତି କମିଟି ବୈଠକ ଅନୁଷ୍ଠିତ.

Sunil Chandra Nayak

ହେଂସଡ଼ାର ପୂର୍ବତନ ସରପଞ୍ଚଙ୍କ ବିୟୋଗ

Leave a Comment

error: Content is protected !!