ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରରେ ଲୋକ ନୃତ୍ୟରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଲା ପି ଏମ୍ ଶ୍ରୀ ଜବାହର ନର୍ଲା ନବୋଦୟ ବିଦ୍ୟାଳୟ

ଜାତୀୟ ସ୍ତରରେ ଲୋକ ନୃତ୍ୟରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଲା ପି ଏମ୍ ଶ୍ରୀ ଜବାହର ନର୍ଲା ନବୋଦୟ ବିଦ୍ୟାଳୟ

ଜାତୀୟ ସ୍ତରରେ ନିଜର କଳା ଓ ସାଂସ୍କୃତିକ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛି ନର୍ଲାସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ। ନୂଆଦିଲ୍ଲୀଠାରେ ନଭେମ୍ବର ୨୩ ଓ ୨୪ ତାରିଖରେ ଆୟୋଜିତ ଜାତୀୟ ଏକତା ସମାଗମ-୨୦୨୬ (National Integration Meet 2026) ରେ ଲୋକନୃତ୍ୟ ପରିବେଷଣ କରି ବିଦ୍ୟାଳୟର ଦଳ ପ୍ରଥମ ସ୍ଥାନ ହାସଲ କରିଛି।

ଏହି ସଫଳତାର ମୁଖ୍ୟ ଆକର୍ଷଣ ଥିଲା କଳାହାଣ୍ଡି ମାଟିର ଅନନ୍ୟ ଓ ପ୍ରସିଦ୍ଧ ଲୋକନୃତ୍ୟ ‘ସିଙ୍ଗାରୀ’। ଏହି ନୃତ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନେ କଳାହାଣ୍ଡିର ସମୃଦ୍ଧ ଲୋକକଳା, ପରମ୍ପରା, ଐତିହ୍ୟ ଓ ସାଂସ୍କୃତିକ ପରିଚୟକୁ ଜାତୀୟ ମଞ୍ଚରେ ଅତି ଚମତ୍କାର ଭାବରେ ଉପସ୍ଥାପନ କରିଥିଲେ।

ସିଙ୍ଗାରୀ କେବଳ କଳାହାଣ୍ଡିର ଏକ ଲୋକନୃତ୍ୟ ନୁହେଁ, ଏହା ଏହି ମାଟିର ଗର୍ବ, ପରିଚୟ ଓ ସାଂସ୍କୃତିକ ଅସ୍ମିତା। ଏହି ନୃତ୍ୟର ପ୍ରଚାର ଓ ପ୍ରସାର ଆଜି ଦେଶର ସୀମା ଅତିକ୍ରମ କରି ଲଣ୍ଡନ, ରୁଷିଆ, ଦୁବାଇ ସମେତ ବିଶ୍ୱର ବିଭିନ୍ନ ଦେଶରେ ପହଞ୍ଚିଛି।ଏହା ଆମ ଅଞ୍ଚଳର କଳା ଓ ସଂସ୍କୃତିର ବିଶ୍ୱବ୍ୟାପୀ ଲୋକପ୍ରିୟତାର ଏକ ଗୌରବମୟ ଉଦାହରଣ।

ବିଦ୍ୟାଳୟର ନୃତ୍ୟ ଶିକ୍ଷୟିତ୍ରୀ ଲିପ୍ସାରାଣୀ ବାରିକ ଏବଂ ବାଦ୍ୟଯନ୍ତ୍ର ଶିକ୍ଷକ ତୁଷାର ଧାଙ୍ଗଡ଼ାମାଝୀଙ୍କ ନିରନ୍ତର ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ପରିଶ୍ରମ ଏହି ସଫଳତାର ମୁଖ୍ୟ ଆଧାର ଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଜତୀନ୍ଦ୍ର ରଥଙ୍କ ପ୍ରେରଣା ଓ ସହଯୋଗ ମଧ୍ୟ ଏହି ଗୌରବମୟ ସଫଳତାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା।

ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ୧୨ ଜଣ କୃତୀ ଛାତ୍ରଛାତ୍ରୀ ହେଲେ:

୧. ସୌମ୍ୟ ରଞ୍ଜନ ଘିଭେଲା

୨. ଦୀପେଶ କୁମାର

୩. ଭେଙ୍କଟେଶ୍ୱର ପଟେଲ

୪. ଶୁଭମ ରାଉତ

୫. ମନୋଜ ମାଝୀ

୬. ଦୋୟନ୍ତୁମ୍ରାନ ସାବର

୭. ମହେନ୍ଦ୍ର ହାଁସ

୮. ସୁମନ ହରିଜନ

୯. ଟିପିତା ନାଏକ

୧୦. ଆରାଧ୍ୟା ସାହା

୧୧. ସ୍ମୃତି ପ୍ରଜ୍ଞା ଜାନି

୧୨. ବିପାଶା ନାଏକ।

ଏହି ସଫଳତା କେବଳ ନର୍ଲା ନବୋଦୟ ବିଦ୍ୟାଳୟର ନୁହେଁ, ସମଗ୍ର କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାର ଗର୍ବ ଓ ଗୌରବ। ଶିକ୍ଷା ସହିତ କଳା ଓ ସଂସ୍କୃତିର ସମନ୍ୱୟ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରନ୍ତି, ତାହା ଏହି ସଫଳତା ପ୍ରମାଣିତ କରିଛି।

ଏହି ଐତିହାସିକ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ପ୍ରଶିକ୍ଷକ, ଅଧ୍ୟକ୍ଷ, ଶିକ୍ଷକ ଓ ଅଭିଭାବକମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।କଳାହାଣ୍ଡିର ସିଙ୍ଗାରୀ ନୃତ୍ୟ ଆଜି ଜାତୀୟ ମଞ୍ଚରେ ଗୌରବର ସହ ନୃତ୍ୟ କରୁଛି। ଏହା ଆମ ମାଟି, ଆମ କଳା ଓ ଆମ ସଂସ୍କୃତିର ବିଜୟ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

masiha

ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ହାଉସ୍‌‍ ନିୟନ୍ତ୍ରଣରେ, ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ  

Sunil Chandra Nayak

ବନ୍ୟାର ରୂପ ନେଉଛି ଲଗାଣ ବର୍ଷା ଅନେକ ପ୍ରଭାବିତ

Sunil Chandra Nayak

Leave a Comment

error: Content is protected !!