ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଚ୍ଛତା ହିଁ ସେବା- ୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ “ ଏକ୍ ଦିନ୍ ଏକ୍ ଘଣ୍ଟା ଏକ୍ ସାଥ ” ସଫେଇ ନିମନ୍ତେ ଶ୍ରମଦାନ

ସ୍ଵଚ୍ଛତା ହିଁ ସେବା- ୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ “ ଏକ୍ ଦିନ୍ ଏକ୍ ଘଣ୍ଟା ଏକ୍ ସାଥ ” ସଫେଇ ନିମନ୍ତେ ଶ୍ରମଦାନ

 ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଵଚ୍ଛତା ହିଁ ସେବା ସାରା ଭ।ରତ ବର୍ଷରେ ୧୭ ସେପ୍ଟେମ୍ବର ୨୦୨୫ ଠାରୁ ୦୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପକ୍ଷ ପାଳନ କରାଯାଉଅଛି । ଏହି ପରିପେକ୍ଷିରେ ଆଜି ତା ୨୫.୦୯.୨୦୨୫ ସକାଳ ୮.୦୦ ଘଣ୍ଟା ସମୟରେ “ ଏକ୍ ଦିନ୍ ଏକ୍ ଘଣ୍ଟା ଏକ୍ ସାଥ ” ଶ୍ରମଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ ରାୟଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ କାର୍ଯ୍ୟ।ଳୟ ଓ ଏହାର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଈଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସମସ୍ତ କର୍ମଚାରି ଓ ପୌର ପରିଷଦର ସଫେଇ କର୍ମଚାରୀ ଉପସ୍ଥିତ ରହି ଜିଲ୍ଲା ପରିଷଦ କାର୍ଯ୍ୟ।ଳୟ ଓ ଏହାର ପରିସରକୁ ସଫେଇ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ସହିତ ଏକ ସେଲ୍ଫି ପୋଇଣ୍ଟ ଓ କର୍ମଚାରିଙ୍କ ସ୍ଵଚ୍ଛତା ଉପରେ ମତାମତ ପାଇଁ ଏକ ସ୍ଵ।କ୍ଷର ଅଭିଯାନ କରାଯାଇଥିଲା । ପରିଶେଷରେ ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରି ନିଜ କାର୍ଯ୍ୟ।ଳୟ ସଫେଇ ନିମନ୍ତେ ଶ୍ରମଦାନ କରିଥିଲେ । ପରିଶେଷ ରେ ଜିଲ୍ଲା ପରିଷଦ, ରାୟଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଆଗାମୀ ଦିନରେ ସ୍ଵଚ୍ଛତା ନିମନ୍ତେ ଶ୍ରମଦାନ ପୂର୍ବକ ସମସ୍ତ ଉପସ୍ଥିତ କର୍ମକର୍ତ୍ତା, ଓ ପୌର ପରିଷଦ ରାୟଗଡର ସଫେଇ କର୍ମୀଙ୍କୁ ସ୍ଵଚ୍ଛତା ଶପଥ ପାଠ କରାଇଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ଅର୍ଥ) ଶ୍ରୀ ବିଜୟ କୁମାର ନାୟକ, ଜିଲ୍ଲା ପରାମର୍ଶଦାତା ଶ୍ରୀ ଲକ୍ଷ୍ମୀ ନାରାୟଣ ଦୋରା ଓ ୱାଇ .ଜୟ ଲକ୍ଷ୍ମୀ ପାତ୍ର ପରିଚାଳନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚିତ୍ରକୋଟ ମହିଳା ସଙ୍ଘଠନ ଦ୍ବାରା ସ୍ୱଚ୍ଛତା କାର୍ଯ୍ୟକ୍ରମ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୪ ପାଳିତ 

masiha

ଚାଷୀ ଭୁଲି ଗଲେଣି ଅଫିସ ଠିକଣା, କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ତାଲା ଝୁଲୁଛି

Leave a Comment

error: Content is protected !!