ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

ନବରଙ୍ଗପୁର:( ତା ୨୪.୯.୨୦୨୫)(ରବି ନାରାୟଣ ମହାନ୍ତି)ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନ୍ତଜିଲ୍ଲା ଅନୁଭୂତି ସକାଶେ ପରିଦର୍ଶନ ଯିବାର ବ୍ୟବସ୍ଥା ଥିବାରୁ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଅଦ୍ଵିକା ଯୋଜନା ଅଧୀନରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ପାପଡ଼ାହାଣ୍ଡି, ଡ଼ାବୁଗାଁ,ଉମରକୋଟ ବ୍ଲକ୍ ର ୧୪ ବର୍ଷରୁ ୧୮ ବର୍ଷିଆ ୩୩ ଜଣ କିଶୋରୀ ବାଳିକା ଗତ କାଲି ତା ୨୩.୯.୨୦୨୫ ସାନ୍ଧ୍ୟ ୬.୦୦ ଘଣ୍ଟା ସମୟରେ ରାଜଧାନୀ ଭୁବନେଶ୍ୱର କୁ ଗସ୍ତ କରିଛନ୍ତି।ରାଜଧାନୀକୁ ଗସ୍ତ ସମୟରେ ଜିଲ୍ଲାପାଳ ଡ. ମହେଶ୍ବର ସ୍ୱାଇଁ ମହୋଦୟ, ଉନ୍ମୋଚିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ବିଧାୟକ ନବରଙ୍ଗପୁର ଙ୍କ ପ୍ରତିନିଧି ଦେବଦାସ ମହାଙ୍କୁଡ, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ,ନବରଙ୍ଗପୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ନବରଙ୍ଗପୁର ଉପସ୍ଥିତ ରହି କିଶୋରୀ ଯାତ୍ରୀଙ୍କୁ ପତକା ଦେଖାଇ ଶୁଭ ଯାତ୍ରାର ଶୁଭେଚ୍ଛା କାମନା କରିଥିଲେ। । ଏହି କିଶୋରିଙ୍କ ସୁରକ୍ଷା ଦାୟିତ୍ବରେ ଶ୍ରୀମତୀ ରୋମା ପଟ୍ଟନାୟକ, PO-CUM-PO, DISTRICT HUB FOR WOMEN EMPOWERMENT ରୁ କର୍ମ କର୍ତ୍ତା ଶ୍ରୀମତୀ ସସ୍ମିତା ପାତ୍ର, ପ୍ରୀତି କୁମାରୀ ବାଘ୍, ସୁମିତ୍ ରାଜ ମିଶନ ଗ୍ରାହାମ ଏବଂ ଚାରଟି ବ୍ଲକର ଚାରିଜଣ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ସାଙ୍ଗରେ ରହିଛନ୍ତି। ରାଜଧାନୀ ଭୁବନେଶ୍ଵର ଠାରେ ବିଶ୍ବ ଦକ୍ଷତା କେନ୍ଦ୍ର, କଲିଙ୍ଗ ଷ୍ଟାଡିୟମ,ଭୁବନେଶ୍ୱର ଆଇ ଟି ଆଇ ପରିଦର୍ଶନ କରାଇ କିଶୋରୀ ମାନଂକ ମଧ୍ୟରେ ସାବଲମ୍ବ ହେବାର ଆଗ୍ରହ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି ଗସ୍ତର ଆୟୋଜନ କରାଯାଇଛି।

Related posts

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ଅକାଳ ମୃତ୍ୟୁ

masiha

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

Leave a Comment

error: Content is protected !!