ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଆଘାତରେ ଜଣେ ମୃତ 

ବିଦ୍ୟୁତ୍ ଆଘାତରେ ଜଣେ ମୃତ 

ଡାବୁଗାଁ, ୨୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାରେ ଥିବା ମୋଟରସାଇକେଲ ମରାମତି ଦୋକାନରେ କାମ କରୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍ ଆଘାତରେ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ:- ଉମରକୋଟ ଥାନା ଅଧୀନ ଧୋଡ୍ରା – ଭୀମାଗୁଡା ଗ୍ରାମର ଶିବୁ ହରିଜନ (୨୦) ଡାବୁଗାଁ ବ୍ଳକ ସଦର ମହକୁମାରେ ଥିବାଏକ ମୋଟରସାଇକେଲ ମରାମତି ଦୋକାନରେ ଅପରାହ୍ନ ୩ ଘ. ସମୟରେ କାମ କରୁଥିବା ସମୟରେ ହଠାତ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ ପଡ଼ିଥିଲେ | ପଡୋଶୀ ଦୋକାନୀ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ସ୍ଵାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ l ଏହାପରେ ଯୁବକ ଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା | ସନ୍ଧ୍ୟାରେ ମୃତକର ସମ୍ପର୍କୀୟ ଲୋକେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ l ଏହା ପରେ ମୃତକ ର ବାପା ମଙ୍ଗୁଳୁ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଏନେଇ ଥାନା କେସ ନଂ ୩୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଘଟଣାର ତଦନ୍ତ କରୁଛନ୍ତି | ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନୀତ

Sunil Chandra Nayak

ମ୍ୟୁଜିକ ସେଲିବ୍ରସନ ତରଫରୁ ହାଲୁଆ ବଣ୍ଟନ 

masiha

ଢେଙ୍କାନାଳରେ ବାଦ୍ୟକାର ମହାସଂଘ ଗଠନ : କଳାକାରମାନଙ୍କର ଏକତାର ନୂଆ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!