ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର କେ ଜୁନିୟର କଲେଜରେ ” ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “

ଆର କେ ଜୁନିୟର କଲେଜରେ ” ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “

 ମୟୂରଭଂଜ- ୨୬/୦୯ : ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଅର.କେ. ଜୁନିଅର କଲେଜରେ ସେପ୍ଟେମ୍ବର ୨୬ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ଯୁବ ରେଡ କ୍ରସ ଶାଖା ଆନୁକୂଲ୍ୟରେ କଲେଜର ଛାତ୍ର ଛାତ୍ରୀ ମାନଂକ ଉଦେଶ୍ୟରେ ଏକ “ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ ଆୟୋଜିତ ହୋଇଯାଇଛି। କଲେଜ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଆଲୋଚନାଚକ୍ରରେ କଲେଜର ଅଧ୍ୟାପକ ଅଜୟ କୁମାର ଗିରି ଛାତ୍ର ଛାତ୍ରୀମାନଂକୁ ସ୍ୱେଚ୍ଛାସେବୀ ହେବାକୁ ଅନୁପ୍ରାଣିତ କରିଥିଲେ। ଯୁବ ରେଡକ୍ରସ କ୍ଲବର ସଂଚାଳକ ସଂଜୀବ କୁମାର ଗିରି ସ୍ୱେଚ୍ଛାସେବୀର ଗୁଣ ଓ ସ୍ୱେଚ୍ଛାସେବୀର ଆବଶ୍ୟକତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଂକୁ ବୁଝାଇଥିଲେ। ଅନ୍ୟ ମାନଂକ ମଧ୍ୟରେ ଅଧ୍ୟାପକ ଶଶିକାନ୍ତ ନନ୍ଦ, ରୂପ ନାରାୟଣ ମଝି, ଅନୀଲ କୁମାର ଗିରି, ରମାକାନ୍ତ ପତ୍ର, ପ୍ରହ୍ଲାଦ ସ୍ୱାଇଁ, ଯୋଗେଶ୍ୱର ତୁଂ, ଅଶୋକ ବେହେରା, ମାୟାଧର ସି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଂକୁ ଅନେକ ଉପାଦେୟ ପରାମର୍ଶ ମାନ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଏକ ଉତ୍ତମ ସ୍ୱେଚ୍ଛାସେବୀ ଭାବେ ସମାଜରେ କିଛି ପରିବର୍ତନ ଆଣି ଦେଶର ପ୍ରଗତିରେ ସହାୟକ ହେବାକୁ ବକ୍ତାମାନେ ଛାତ୍ରଛାତ୍ରୀ ମାନଂକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ମାନଂକର “ଯୁବ ରେଡକ୍ରସର ଶପଥ” ଓ “ରେଡକ୍ରସ ର ତାଳି” ଦ୍ୱାରା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

        ସୁଦୀପ ସରକାର, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ, ନନ୍ଦ କିଶୋର ହେମ୍ବ୍ରମ, ସାଗ୍ରାମ ଟୁଡୁ, ରାମଦାସ ମାଝି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ଦୃଷ୍ଟିରୁ ସକ୍ରିୟ ଭୂମିକା ନେଇଥିଲେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ‌ ମସିହା ନିଉଜ

Related posts

ପାଣି ପାଇଁ ଡାହକ ବିକଳ ମାଟିଆଭଟା ଗ୍ରାମବାସୀ 

masiha

ଚାଷୀ ଙ୍କୁ ନାକଚଣା ବଣ୍ଟନ 

Sunil Chandra Nayak

ପୁଣି ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ,ଗାଁକୁ ଫେରିପାରିଲାନି ଶବ

Sunil Chandra Nayak

Leave a Comment

error: Content is protected !!