ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ 

ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

-ରାଉରକେଲା ତା ୨୭/୦୯/୨୦୨୫ — ସେପ୍ଟେମ୍ବର ୨୭ ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ, ସୁନ୍ଦରଗଡ଼ ଜିଲ୍ଲା କମିଟି, ଭାରତର ଛାତ୍ର ଫେଡେରେସନ ଓ ଶହୀଦ ଭଗତ ସିଂହ ଷ୍ଟାଚ୍ୟୁ କମିଟି ପକ୍ଷରୁ ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂହ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ପାଳନ କରାଯାଇଛି। 

    ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି,ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ,ବି ପି ମହାପାତ୍ର, ବସନ୍ତ ନାୟକ, ଷ୍ଟାଚ୍ୟୁ କମିଟି ଉପାଧ୍ୟକ୍ଷ ଚନ୍ଦ୍ରଭାନୁ ଦାସ, ସାଧାରଣ ସମ୍ପାଦକ ବିଶ୍ଵଜିତ ମାଝୀ,ଯୁବ ଫେଡେରେସନ ଜିଲ୍ଲା ସଭାପତି ଶେଖର ଶର୍ମା, ସତ୍ୟମ୍ ତନ୍ତୀ, ସମାଜସେବୀ ଭରତ ବାଇ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ ଭାରତର ସ୍ଵାଧିନତା ଆନ୍ଦୋଳନ ରେ ଶହୀଦ ଭଗତ ସିଂହ ଙ୍କ ଏକ ଅଗ୍ରଣୀ ଭୂମିକା ଯାହା ଚିର ଦିନ ପାଇଁ ସମଗ୍ର ଦେଶବାସୀଙ୍କ ନିକଟରେ ବିଶେଷ କରି ଯୁବ ପିଢୀ ଙ୍କ ପାଇଁ ଆଦର୍ଶ ହୋଇ ପ୍ରକୃତରେ ଶହୀଦ ହୋଇ ରହିବେ। ସେ ଆଜିର ଦିନରେ ପଞ୍ଜାବ ର ବଙ୍ଗ ରେ ୧୯୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ଇଗ୍ରେଜ ସରକାର ବିରୁଦ୍ଧରେ ଭାରତର ସ୍ଵାଧିନତା ଆନ୍ଦୋଳନ ରେ ଝାସ ଦେଇଥିଲେ। ତାଙ୍କୁ ମାତ୍ର ୨୩ ବର୍ଷ ବୟସରେ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖ ରେ ଇଗ୍ରେଜ ସରକାର ତାଙ୍କର ଦୁଇ ସହଯୋଦ୍ଧା ଶୁକଦେବ ଓ ରାଜଗୁରୁ ଙ୍କ ସହିତ ଫାଶି ଦେଇଥିଲେ। 

     ଶହୀଦ ଭଗତ ସିଂହ ପୂର୍ଣ ସ୍ଵରାଜ୍ୟ ଦାବି କରି ଦେଶର ଯୁବ ପିଢୀ ନିକଟରେ ଖୁବ୍ ଆଦୃତ ହୋଇଥିଲେ ଯେଉଁ ଦାବି କୁ ପରବର୍ତ୍ତୀ ସମୟରେ କଂଗ୍ରେସ ଏକ ପ୍ରମୁଖ ଦାବି ଭାବରେ ଇଗ୍ରେଜ ସରକାର ନିକଟରେ ରଖିଥିଲେ। ଶହୀଦ ଭଗତ ସିଂହ କହିଥିଲେ କେବଳ ସରକାର ପରିବର୍ତ୍ତନ ହେଲେ ହେବ ନାହିଁ ସମାଜ ବ୍ୟବସ୍ଥା ର ପରିବର୍ତନ ହେବା ଜରୁରୀ, ଯେଉଁ ବ୍ୟବସ୍ଥା ରେ ଶୋଷକ,କ୍ଷଣ, ଅତ୍ୟାଚାର ରହିବ ନାହିଁ।ଜନ ସାଧାରଣ ମୈଳିକ ସୁବିଧା ପାଇବେ। ସେ ସ୍ଵପ୍ନ ଆଜି କେତେଦୂର ଆମେ ପୁରଣ କରିପାରିଛେ ତାହା ଆତ୍ମଚିନ୍ତନ ର ଆବଶ୍ୟକତା ରହିଛି ଓ ଆଜିର ଦିନରେ ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।

    ଏହି କାର୍ଯ୍ୟକ୍ରମ ରେ ସି ପି ଆଇ ଏମ୍ ନେତା ଲକ୍ଷ୍ମୀଧର ନାୟକ, ଦିବାକର ମହାରଣା, ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି,ସଚୀନ ରାୟ, ଏନ୍ କେ ରାଉତରାୟ, ପରେଶ୍ ମହାନ୍ତି, କୁଳମଣି ରାଉତ, ଉମାକାନ୍ତ ରାୟ,ନରେନ୍ଦ୍ର ମହନ୍ତ, ବିଶ୍ଵଜିତ ରାଉତ ସମେତ ବହୁ ବୁଦ୍ଧିଜୀବୀଙ୍କ ସମେତ ଜନ ସାଧାରଣ ଶହୀଦ ଭଗତ ସିଂହ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ସଭା ରେ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଡଝରଣଗ୍ରାମ ପଞ୍ଚାୟତ ତରଫରୁ ନିଟ ପରୀକ୍ଷାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କଳାହାଣ୍ଡି ଗସ୍ତ ରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

Sunil Chandra Nayak

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

masiha

Leave a Comment

error: Content is protected !!