ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ 

ଢେଙ୍କାନାଳ ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ 

ଢେଙ୍କାନାଳ:ତା.୨୭.୦୯.୨୦୨୫ରିଖ : ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ସଭାଗୃହରେ ଦିବା ୧୧ ଘଟିକା ସମୟରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜଗଦୀଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟତମ ବିଚାରକ ତଥା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଅନ୍ୟତମ ମୁଖ୍ୟବକ୍ତା ଭାବରେ ଉପ ସଭାପତି କଳା ସଂସ୍କୃତି ସଂଘ ତଥା ସୁସାହିତ୍ୟିକ କବି ଅବନୀ ମିଶ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ଜିଲ୍ଲାକୁ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯିବା ପାଇଁ ଓଡ଼ିଶା ସରକାର ପର୍ଯ୍ୟଟନର ବିକାଶ ପାଇଁ ସମସ୍ତ ପ୍ରଚେଷ୍ଟା ଅବ୍ୟାହତ ରଖିଛନ୍ତି।କୋଭିଡ୍ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ୍ କାରଣରୁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା।ବର୍ତ୍ତମାନ ସ୍ୱଭାବିକ ସ୍ଥିତିରେ ଏହି କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ “ଦେଖୋ ଅପନା ଦେଶ” ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।ଏହାଦ୍ୱାରା ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସାମାଜିକ ଓ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେବା ଭିତ୍ତିରେ ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରାଯାଇଛି।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢେଙ୍କାନାଳ ପ୍ରତିବର୍ଷ ଶତାଧିକ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଆସିବା ପାଇଁ ଆକୃଷ୍ଟ କରିଛି। କପିଳାସ,ଯୋରନ୍ଦା ,ସପ୍ତଶଯ୍ୟା,ଢେଙ୍କାନାଳର ରାଜବାଟୀ ଏଠାକାର ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରଖିଛି।ଜାଗର ସମୟରେ କପିଳାସ ମହାଦେବ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।ପ୍ରସିଦ୍ଧ ଯୋରନ୍ଦାରେ ମହିମା ଧର୍ମର ପ୍ରଚାରକ ମହିମା ଗୋସାଇଁ ସମାଧି ସ୍ଥଳୀ ଅଛି।ସେଠାରେ ଶୂନ୍ୟ ମନ୍ଦିର,ଧୁନି ମନ୍ଦିର,ଗାଦି ମନ୍ଦିର ଭଳି ମନ୍ଦିର ଅବସ୍ଥାପିତ।ଯୋରନ୍ଦା ମେଳା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ।ଢେଙ୍କାନାଳର ରାଜବାଟି ମଧ୍ୟ ପର୍ଯ୍ୟଟକଙ୍କୁ ଆସିବା ପାଇଁ ଆକୃଷ୍ଟ କରେ।ପର୍ଯ୍ୟଟନର ବିକାଶ ଦ୍ୱାରା ସାମାଜିକ,ଆର୍ଥିକ ବିକାଶ ହେବ ଏବଂ ତୃଣମୂଳ ସ୍ତରରେ ଜୀବନଜୀବିକାମାନର ଉନ୍ନତି ହେବ।ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ସ୍ଥଳୀ ଏବଂ ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାତ୍ମିକ ସର୍କିଟର ବିକାଶ ପାଇଁ ଢେଙ୍କାନାଳ ଅପାର ସୁଯୋଗ ପ୍ରଦାନ କରିବା ସହ ଜିଲ୍ଲାର ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ସାଧାରଣଜ୍ଞାନ/କୁଇଜ୍ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜଗଦୀଶ ରାୟଙ୍କ ନେତୃତ୍ବରେ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ମାର୍ଗଦର୍ଶନରେ,ପ୍ରଧାନ ଶିକ୍ଷିକା ମିନତୀ ଦେହୁରୀ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥିତିରେ,ଅନ୍ୟତମ ବିଚାରକ ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଭୋକେ ସନାଲ୍ ଇନ୍ ଷ୍ଟ୍ରକ୍ ଟର ସୁଜିତ୍ କୁମାର ଦାଶ,ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,କାର୍ଯ୍ୟାଳୟ ସହାୟକ ପ୍ରଦ୍ୟୁମ୍ନ କୁମାର ଭୂତିଆ,ପର୍ଯ୍ୟବେକ୍ଷକ ଭାବରେ ଉପ ସଭାପତି କଳା ସଂସ୍କୃତି ସଂଘ ତଥା ସୁସାହିତ୍ୟିକ,କବି ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ସାଧାରଣ ଜ୍ଞାନ/କୁଇଜ୍ ପ୍ରତିଯୋଗିତାକୁ ସଫଳ ସଞ୍ଚାଳନ କରିଥିଲେ।ଏହି ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ମହାବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟସ୍ତରର ବହୁସଂଖ୍ୟକ ପ୍ରତିଯୋଗୀ,ଅଧ୍ୟାପିକା, ଅଧ୍ୟାପକ,ଶିକ୍ଷୟିତ୍ରୀ,ଶିକ୍ଷକ,ଅଭିଭାବିକା,ଅଭିଭାବକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ।ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନ୍ତର୍ଗତ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ସୌମ୍ୟ ପ୍ରିୟଦର୍ଶନ ପ୍ରଥମ,ଦ୍ଵାଦଶ ଶ୍ରେଣୀର ଛାତ୍ର ଦୁର୍ଗା ପ୍ରସାଦ ମିଶ୍ର ଦ୍ଵିତୀୟ ଓ ଏକାଦଶ ଶ୍ରେଣୀର ଛାତ୍ର ରାହୁଳ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଉଚ୍ଚ ବିଦ୍ୟାଳୟସ୍ତରରେ ଆୟୋଜିତ ସାଧାରଣଜ୍ଞାନ/କୁଇଜ୍ ପ୍ରତିଯୋଗିତାରେ ପିଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ଭାର୍ଗବ ପୃଷ୍ଟି ପ୍ରଥମ ଓ ପ୍ରିୟାଂଶୁ ସାମଲ ତୃତୀୟ ଏଵଂ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ନେହାନ୍ ଶୀ ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ଏହି ଅବସରରେ ଅତିଥିବୃନ୍ଦ ପର୍ଯ୍ୟାୟ କ୍ରମେ ଉଭୟ ବର୍ଗର ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ ଶହଟଙ୍କା,ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧ ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧୁକାର କରିଥିବା ପ୍ରତିଯୋଗୀଙ୍କୁ ୮ଶହ ଟଙ୍କା ଲେଖାଏଁ ଅର୍ଥରାଶି ଓ ସମସ୍ତଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।ପରିଶେଷରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜଗଦୀଶ ରାୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

masiha

କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ଜାତୀୟ ପୋଷଣ ମାସ କର୍ମଶାଳା 

masiha

ଯାମଦା ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!