ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

ଢେଙ୍କାନାଳ (ମନିସ)29/9/25 — ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜରଡ଼ା-ଦେହୁରୀହତା ଜଳବିଭାଜିକା କମିଟିରେ ହୋଇଥିବା ବିଲ ସମ୍ପୂର୍ଣ ବେଆଇନି ଭାବେ ହଡପ କରିଥିବା ଅଭିଯୋଗ ନେଇ ରବିବାର ଦିନ ପଙ୍ଗାତିରା ଉଚ୍ଚ ବିଦ୍ୟାଳୟ ଠାରେ ଉଭୟ ଗ୍ରାମ ର ଅଭିଯୋଗକାରୀ ଅଭିଯୋଗ କରି ଥିଲେ । ଚାଷୀଙ୍କ ସହାୟତା ରାଶି ହଡପ ହେଉଥିବା ଜ଼ିଲ୍ଲାପାଳଙ୍କ ନିକଟରେ କମିଟିର ସଦସ୍ୟ ଏବଂ ହିତାଧିକାରୀ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଭୟ ଗ୍ରାମର ଅଭିଯୋଗ କାରି।ଜରଡ଼ା-ଦେହୁରୀହତା ଗ୍ରାମକୁ ନେଇ ଗଠିତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ବାଲିଚେତନା ନାଳ ୧ ଜଳବିଭାଜିକା କମିଟି ଗଠନ ହୋଇଅଛି।ଏହି କମିଟି ଉଭୟ ଗ୍ରାମକୁ ନେଇ ଗଠନ ହୋଇଥିବା ବେଳେ ସର୍ବ ମୋଟ କମିଟି ସଦସ୍ୟ ପ୍ରାୟ 14ଜଣ ଥିବା ବେଳେ କିନ୍ତୁ କମିଟିର କୌଣସି ସଦସ୍ୟ କାହାରିକୁ ନ ପଚାରି କମିଟିର ସଭାପତି ଏବଂ ସମ୍ପାଦକଙ୍କ ମନ ମୁଖି ଏକ ଛତ୍ର ବାଦ କାର୍ଯ୍ୟ ହେବା ଯୋଗୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ହେରଫେର ନଜର କୁ ଆସୁଥିବା ଅନୁମାନ କରାଯାଉଛି। ଏମିତି କି ଗୋଟିଏବି କମିଟି ସଦସ୍ୟଙ୍କୁ ଡାକି ଥରେ ମଧ୍ୟ ମିଟିଙ୍ଗ କରା ନ ଯିବାକୁ ନେଇ ଅଧିକ ସନ୍ଧେହ ସୃଷ୍ଟି କରୁଛି, କିଭଳି କମିଟିର ବିନା ରେଜୁଲେସନରେ ଏତେ ସବୁ ପ୍ରକଳ୍ପ କାମ କରାଗଲା ତାହା ଏବେ ସନ୍ଧେହ ଘେରରେ। ଏନେଇ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି ତଦନ୍ତ କରାଗଲା ନାହିଁ।ଏମିତି କି ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ କଳ୍ପବଟ ବେହେରା ଅଭିଯୋଗ କାରୀଙ୍କୁ ଗାଁ କୁ ଯିବେ ଓ ସମାଧାନର ପ୍ରତିଶୃତି ଦେଇ ମଧ୍ୟ ଆସିଲେ ନାହିଁ। ସୂଚନା ଥାଉକି ଉଭୟ ଗ୍ରାମର ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ପି ଏସ ଏମ ଇ ବାବଦକୁ ଛେଳି ଚାଷ, କୁକୁଡ଼ା ପାଳନ, ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ୧୬୦୦୦ଟଙ୍କା ପ୍ରଦାନ କରାଯାଇଥିଲା କିନ୍ତୁ ଚଞ୍ଚକତା କରି କମିଟିର ସମ୍ପାଦକ ଏବଂ ଅନ୍ୟ ଜଣେ କମିଟିର ସଦସ୍ୟଙ୍କ ସହାୟତାରେ ଯେଉଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଥିଲା ସେମାନଙ୍କ ଠାରୁ ଧମକେଇ ଡରେଇ ଘର କାଟିଦେବୁ ଏବଂ ଏ ଟଙ୍କା ଅଫିସର ନେବେ କହି ଟଙ୍କାକୁ ପୁନଃଚ ନେଇଗଲେ, ଏ ନେଇ କଙ୍କଡ଼ାହାଡ଼ ଠାରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ସମୟରେ ଷୋଷଣର ଶିକାର ହେଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଥିଲେ ଜ଼ିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଅନ୍ୟ ଏକ ଅଭିଯୋଗ ମୁତାବକ ଉଭୟ ଗ୍ରାମରେ ଥିବା ପୁରୁଣା ପୋଖରୀକୁ ନୂଆଁ ଦର୍ଶାଇ ମିଥ୍ୟା ବିଲ ଜଳବିଭାଜିକା ତରଫରୁ ଏବଂ ଅନ୍ୟପଟେ ମନରେଗା ଯୋଜନାରେ ସେଇ ସମାନ ପୂଖରୀକୁ ବ୍ଲକ ଏବଂ ପଂଚାୟତ ତରଫରୁ ପୁନଃରୁଦ୍ଧାର ପାଇଁ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ହଡପ ଅଭିଯୋଗ ଅନୁମାନ କରାଯାଇଛି ବୋଲି ବିଧାୟକ ଙ୍କୁ ଦାବୀ ଜଣାଇ ଥିଲେ ଗ୍ରାମବାସୀ,ତାହାକୁ ତଦନ୍ତ କଲେ ସତ୍ୟା ସତ୍ୟ ଜଣା ପଡିବ ବୋଲି ଆମେ ଗ୍ରାମବାସୀ ଏହାର ଉଚ୍ଚସ୍ତରୀୟ ସମସ୍ତ କାର୍ଯ୍ୟର ତଦନ୍ତ ହବା ସହ ଭିଜିଲାନ୍ସଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି। ଏ ସମସ୍ତ ଦିଗପ୍ରତି ଦୃଷ୍ଟି ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଯେଉଁ ହିତାଧିକାରୀ ଠାକମୀ ର ଶିକାର ହେଇଛନ୍ତି ତାଙ୍କୁ ତାଙ୍କ ସହାୟତା ରାଶି ଫେରସ୍ତ ଦିଆଯିବା ପାଇଁ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଙ୍କୁ ଅନୁରୋଧ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

masiha

ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶୋକ ବ୍ୟକ୍ତ କଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍

Leave a Comment

error: Content is protected !!