ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମଗୁଡା ରେ ଘୁମୁରା ପ୍ରତିଯୋଗିତା 

ଆମଗୁଡା ରେ ଘୁମୁରା ପ୍ରତିଯୋଗିତା 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ପଞ୍ଚାୟତ ଆମଗୁଡା ରେ ଜଗତଜନନୀ ମା ଦୁର୍ଗାଙ୍କ ପୂଜନୋତ୍ସବ ଉପଲକ୍ଷେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ କମିଟି ର ସଭାପତି ତଥା ଖମାରହଳଦୀ ଗ୍ରାମପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସମାଜସେବୀ ମନୋଜ କୁମାର ପଟ୍ଟଯୋଶୀ, ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ। କାର୍ଯ୍ୟକ୍ରମ ରେ ଆମଗୁଡା, କାସିବାହାଲ,କଦଳିମୁଣ୍ଡା, ବାନେର, ନେଗୀଗୁଡା, ସମେତ ୧୦ ଟି ଘୁମୁରା ଦଳ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଉପସଭାପତି ଶରତ କୁମାର ସରାପ, କୋଷାଧ୍ୟକ୍ଷ ବିଳାମ୍ବର ଗୋପାଳ, ବେଣୁଧର ତାଣ୍ଡି, ରାମ ନିଆଲ, ଜନ୍ମେଜୟ ନାଏକ, ଖୁସିରାମ ଲହଜଳ, ବିଘ୍ନରାଜ ସରାପ, ସମେତ ଗ୍ରାମବାସୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ କମିଟି ର ସମ୍ପାଦକ ଅମର ସିଂ ନିଆଲ ପରିଚାଳନା କରିଥିଲେ।ଉକ୍ତ ପ୍ରତିଯୋଗିତା ରେ କଦଳିମୁଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କାସିବାହାଲ, ଘଣ୍ଟିଗୁଡା,ଅନ୍ତର୍ଲା ଘୁମୁରା ଦଳ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବଗାଡ଼ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଜମ୍ବୁଦ୍ବୀପ ରେ ବୋଇତ ବନ୍ଦାଣ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!