ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୁନାମୁଦୀ ରେ ବିଶାଳ ନୁଆଁଖାଇ ଭେଟଘାଟ. ଅଧିକାର ହାସଲ ପାଇଁ ଆନ୍ଦୋଳନ ଆବଶ୍ୟକ – ସାଂସଦ ନିରଞ୍ଜନ.
ପାଟଣାଗଡ ତା 07.09 — ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଲକ ତରଫରୁ ସୁନାମୁଦୀ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଆଦିବାସୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁ ରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ. ପରେ ସଂଘ ର ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା. ସଭା ରେ ମୂଖ୍ୟ ଅତିଥି ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସଂଘ ର ଜ଼ିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦl,ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ଟିଟିଲାଗଡ଼, ମନ ରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ରାଜୀବ କୁଅଁର ମୁରିବାହାଲ, ସନ୍ତୋଷ ପୁଟା ସଇଁତଲା , ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ,ଶ୍ରୀମତୀ ଲଷ୍ମୀ ଶବର ଖପ୍ରାଖୋଲ, ଭୁବନେଶ୍ୱର ଧରୁଆ ଆଗଲପୁର, ପ୍ରଫୁଲ୍ଲ ପ୍ରଧାନୀ, କୈଳାଶ ପ୍ରଧାନୀ, ପାର୍ଥରାମ ଭୋଇ, ସଂକୀର୍ତନ ସିକା,ସୁନାମୁଦୀ ପଞ୍ଚାୟତ ସଭାପତି, ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ l ସାଂସଦ ରାଜ୍ୟସଭା, ନିରଞ୍ଜନ ବିଶି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସତ କିନ୍ତୁ ଆଦିବାସୀ ସମ୍ପ୍ରଦାୟ ର ବିକାଶ ପାଇଁ କୌଣସି କାର୍ଯ୍ୟ କରାଯାଉନାହିଁ l ଆଦିବାସୀ ସମୁଦାୟ ର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଯୋଜନା ଗୁଡିକୁ ସରକାର ବନ୍ଦ କରିଦେଉଛନ୍ତି l ଉଦାହରଣ ମାଧ୍ୟମରେ ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରି କହିଲେ ଯେ ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ପାଇଁ ଘରୋଇ ଇଂରାଜୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଏସଟି ଏସସି ଛାତ୍ରଛାତ୍ରୀ ସରକାରୀ ଖର୍ଚ୍ଚ ରେ ପଢ଼ିବା ସୁଯୋଗ ପାଉଥିଲେ l ଆବାସିକ ସୁବିଧା ପାଇଁ ଅନ୍ଵେଷା ହଷ୍ଟେଲ ପ୍ରତିଷ୍ଠା ହୋଇଛି l ୨0୧୫ ମସିହାରୁ ଓଡିଶା ରେ ୨୩ ହଜାର ଏସଟି ଏସସି ଛାତ୍ରଛାତ୍ରୀ ୯୮ ଟି ଅନ୍ଵେଷା ହଷ୍ଟେଲ ପଢୁଛନ୍ତି l କିନ୍ତୁ ସରକାର ଏହି ଯୋଜନାରେ ଚଳିତ ଶିକ୍ଷା ବର୍ଷ ରୁ ପ୍ରଥମ ଶ୍ରେଣୀ ରେ ନାମ ଲେଖା ବନ୍ଦ କରିଦେଇଛନ୍ତି l ସରକାର ଙ୍କ ଏଭଳିଆ ମାନସିକତା ଏସଟି ଏସସି ବିରୋଧୀ ମନୋଭାବ ର ପରିଚୟ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଥିଲେ l ସେହିଭଳି ମେଡିକାଲ, ଇଞ୍ଜିନିୟରିଙ୍ଗ, ପ୍ରଫେସନେଲ ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଏସଟି ସମ୍ପ୍ରଦାୟ ପାଇଁ ୨୩ ପ୍ରତିଶତ ସଂରକ୍ଷଣ ବଦଳରେ ୧୨ ପ୍ରତିଶତ ଏବଂ ଏସସି ପାଇଁ ୧୭ ପ୍ରତିଶତ ବଦଳରେ ୮ ପ୍ରତିଶତ କୋଟା ବ୍ୟବସ୍ଥା କୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି କଡ଼ା ସମାଲୋଚନା କରିଥିଲେ l ଜମି,ଜଳ,ଜଙ୍ଗଲ ଉପରେ ଆଦିବାସୀ ଙ୍କ ଅଖଣ୍ଡ ଅଧିକାର ରହିଛି l ଆଦିବାସୀ ବସବାସ କରୁଥିବା ଜମି ଜଙ୍ଗଲ ଅଞ୍ଚଳ ରେ ଖଣିଜ ପଦାର୍ଥ ରହିଛି l ତେବେ ଖଣିଜ ଦ୍ରବ୍ୟ ଉତ୍ତୋଳନ ନାଁ ରେ ଆଦିବାସୀ ମାନଙ୍କୁ ବିସ୍ଥାପନ କରିବା ଅନୁଚିତ ବୋଲି ଚେତାବନୀ ଦେଇଥିଲେ l ଶେଷରେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ମୁରିବାହାଲ ବ୍ଲକ ଚଲକି ଗାଁ ର ବିଷ୍ଣୁ ଚରଣ ମାଝୀ ନିଟ ପରୀକ୍ଷାରେ ୧୧୧ ରେଙ୍କ ରେ କୃତିତ୍ୱ ହାସଲ କରି ବୁର୍ଲା ମେଡିକାଲ କଲେଜ ରେ ଏମବିବିଏସ ପଢ଼ିବା ର ଉଦାହରଣ ସୃଷ୍ଟି କରିଥିବାରୁ ଶ୍ରୀ ମାଝୀ ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ମାଝୀ ଙ୍କୁ ଉତ୍ସାହିତ କରିବା ପାଇଁ ସଂଘ ତରଫରୁ ୫ହଜାର ଟଙ୍କା ଆର୍ଥିକ ସହଯୋଗ କରାଯାଇ ଥିଲା ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

