ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରଭଟା ଗ୍ରାମବାସୀ କେବେ ପାଇବେ ‘ବସୁଧା’ଯୋଜନା ର ପାଣି 

ବୋରଭଟା ଗ୍ରାମବାସୀ କେବେ ପାଇବେ ‘ବସୁଧା’ଯୋଜନା ର ପାଣି 

ଗଗନ ଚାହିଁ ମୁଣ୍ଡ ଟେକିଛି ସୁଉଚ୍ଚ ପାଣି ଟାଙ୍କି। ସରକାରଙ୍କ ସ୍ଲୋଗାନ ଥିଲା ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ସ୍ବପ୍ନ ଦେଖୁଥିଲେ ପୂର୍ବ ସରକାର।। ଯେଉଁଠି ଲୋକେ ପାଣି ଟିକକ ପାଇବା ପାଇଁ ମାଇଲ ମାଇଲ ବାଟ ଚାଲୁଥିଲେ ସେଠାରେ ଏବେ ହାତ ପାହନ୍ତ୍ତାରେ ବିଶୁଦ୍ଧ ପାନୀୟ ଜଳ । ଯେଉଁସବୁ ସ୍ଥାନରେ ପ୍ରକଳ୍ପ ହୋଇଥିଲା ସେଠାରେ ଶୁଭାରମ୍ଭର କିଛି ଦିନ କିମ୍ବା କିଛି ମାସ ଠିକ୍ ଠିକ୍ ଠାକ୍ ପରେ ଗଡ଼ବଡ଼ ଆରମ୍ଭ ହୋଇଗଲା। ଲୋକେ ନିୟମିତ ଭାବେ ପାଣି ପାଇ ପାରିଲେ ନାହିଁ । ଏନେଇ ଜନତା ସମ୍ପୃକ୍ତ ବିଭାଗ, ପ୍ରଶାସନ, ନିର୍ବାଚିତ ଜନପ୍ରତିନିଧି,ସରକାର ସମସ୍ତଙ୍କୁ ଅଭିଯୋଗ କଲେ। କେତେକ ସ୍ଥାନରେ ସମସ୍ୟାର ସମାଧାନ ହେଲା ତ ଆଉ କେତେକ ସ୍ଥାନରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା।ପ୍ରତିଦିନ ଗଣମାଧ୍ଯମରେ ଦେଖିବାକୁ ମିଳେ ବସୁଧା ପାଣି ଠିକ୍ ଭାବରେ ପାଇପାରୁ ନାହାଁନ୍ତି ଲୋକେ। ତୃଟି ଉପରେ ତୃଟି। ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ। ଠିକାଦାର ପୋଷା ନିତି ପାଇଁ ବସୁଧାର ଏହି ଅବସ୍ଥା ଠିକ୍ ସେହିପରି ପାନୀୟଜଳ ଯୋଗାଣ ବିଭାଗର ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ମଧ୍ୟ ପ୍ରତକ୍ଷ୍ଯ କିମ୍ବା ପରୋକ୍ଷ ଭାବେ ସଂପୃକ୍ତ । ଅଫିସର ରାଜ୍ ଚାଲିଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ବାବୁ ସବୁ ମାଲାମାଲ । ଅନିୟମିତତା ଓ ଦୁର୍ନୀତିର ପାହାଡ଼ ଉପରେ ଛିଡ଼ା ହେଇ ଦୁର୍ନିତୀଗ୍ରସ୍ତ ଯନ୍ତ୍ରୀ ଓ ଠିକାଦାର। ସମସ୍ତ ଠିକାଦାର, ଯନ୍ତ୍ରୀ, ଅଫିସର ଦୁର୍ନୀତିଗ୍ରସ୍ତ ନଥିଲେ। ଅନେକ ସଚ୍ଚୋଟ ଥିଲେ ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କେତେକ ଯାଗାରେ ଠିକ୍ ଠାକ୍ ଚାଲିଛି ପାନୀୟଜଳ ଯୋଗାଣ ଓ ଲୋକେ ପୂର୍ବ ସରକାର ଏବଂ ବିଭାଗୀୟ ଅଧିକାରୀମାନଙ୍କ ଗୁଣଗାନ ମଧ୍ୟ କରୁଛନ୍ତି। ଯେଉଁଠି ଟାଙ୍କି ଅଛି, ପାଇପ ବିଛା ହୋଇଛି, ଠିକାଦାର ବିଲ୍ ପାଇ ସାରିଛନ୍ତି, ଘର ଦୁଆର ମୁହଁରେ ଟେପ୍ ଅଛି କିନ୍ତୁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ସେଠାରେ ନିଶ୍ଚିତ ଭାବରେ ଅନିୟମିତତା ହୋଇଛି। ନହେଲେ ଏତେ ବ୍ୟବସ୍ଥା ପରେ ବି ପାଣି ମୁନ୍ଦାକ ପାଇଁ ଜନସାଧାରଣ ଏତେ ଡହକ ବିକଳ ହେଉନଥାନ୍ତି। ତେଣୁ ବର୍ତ୍ତମାନର ସରକାର ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳିତ କରିବା ସହ ଯଦି ଏଥିରେ କୌଣସି ପ୍ରକାରର ଦୁର୍ନୀତି କିମ୍ବା ଅନିୟମିତତା ହୋଇଛି ତେବେ ତାହାର ତଦନ୍ତ କରାଇବା ଜରୁରୀ। ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଯଦି ଏହା ବ୍ୟବସ୍ଥିତ ଭାବେ ହୋଇ ନପାରିଲା ତେବେ ଜନତା ବିଧି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରନ୍ତି।ସେହି ଭଳି ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ କାମଠନା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବୋରଭଟା ଗ୍ରାମରେ ପୂର୍ବତନ ବିରୋଧି ଦଳ ନେତା ଓଡ଼ିଶା ବିଧାନସଭା ତଥା ଭବାନୀ ପାଟଣା ସଦର ବିଧ୍ୟାୟକ ଶ୍ରୀପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତାରାଣୀ ସାହୁ, ପୂର୍ବତନ ଭବାନୀ ପାଟଣା ପଞ୍ଚ୍ୟାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ସଂତୋଷିନି ଦାସ,ପୂର୍ବତନ ସମିତି ସଭ୍ୟା ଶ୍ରୀମତି ହିମାଦ୍ରୀ ଛତ୍ରିଆ ଓ ପୂର୍ବତନ ସରପଞ୍ଚ କାମଠନା ଗ୍ରାମ ପଞ୍ଚାୟତ ଶ୍ରୀମତି ସଞ୍ଜିତା ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଆଜିକୁ ଚାରି ବର୍ଷ ପୂର୍ବେ ୨୩.୧୨.୨୦୨୧ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, କିନ୍ତୁ ଅତିଦୁଃଖର ବିଷୟ ଚାରି ବର୍ଷରୁ ଉର୍ଦ୍ଧ ହେବ ବସୁଧା ଯୋଜନା କାର୍ଯ୍ୟକାରୀ ହେଇ ନାହିଁ, କେବଳ ପାଇପ ବିଛେଇ କାମ ସହ କିଛି ଘର ଆଗରେ ଷ୍ଟାଣ୍ଡ ପଏଣ୍ଟ କରାଯାଇଛି। ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କଲେ ଫୋନ ଉଠାଇ ନାହାଁନ୍ତି କି ସନ୍ତୋଷଜନକ ଉତ୍ତର ଦେଉ ନାହାଁନ୍ତି ତଥା ଠିକା ନେଇଥିବା ସଂସ୍ଥା ମଧ୍ୟ ନିରବ ଦ୍ରଷ୍ଠା। ବିଭାଗୀୟ ଅଧିକାରୀଙ୍କୁ ଗ୍ରାମର ବ୍ୟକ୍ତି ବିଶେଷ ଯାଇ ଭେଟି ଆଲୋଚନା କରିଥିବା ସ୍ୱତେ ଯଥା ଶୀଘ୍ର ବସୁଧା ଯୋଜନାରେ ପାଣି ପାଇବେ ବୋଲି ତିନି ବର୍ଷ ହେଲା ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଜଳ ଯୋଗାଣ ବିଭାଗ ତତ୍ପରତା ଦେଖାଇ ଅଧା ରହିଥିବା କାମକୁ ସମ୍ପୂର୍ଣ୍ଣ କରି ଯଥା ଶୀଘ୍ର ଜଳ ଯୋଗାଣ କଲେ ସୁବିଧା ପାଇବେ ବୋରଭଟା ଗ୍ରାମବାସୀ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ 

masiha

ନୂଆପଡା ଜିଲ୍ଲା ସଦର ମହକୁମା ଏବଂ ଖଡ଼ିଆଳ ଠାରେ ଆଜି ବିଶ୍ୱ ହକି କପ ଟ୍ରଫି କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ମନେରଗା ରାସ୍ତା କାମରେ ଦୁର୍ନୀତି ନିମ୍ନ ମାନର ରାସ୍ତା ରେ ଧାନ ଲଗେଇ ପ୍ରତିବାଦ କଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!