ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶନଗରରେ ୨୭ ତମ ଗଜଲକ୍ଷ୍ମୀ ପୂଜା 

ବିକାଶନଗରରେ ୨୭ ତମ ଗଜଲକ୍ଷ୍ମୀ ପୂଜା 

 ମୟୂରଭଂଜ- ୮/୧୦ — ମା’ଦୁର୍ଗାଙ୍କ ମେଲାଣୀ ନେବାର ଦିନ କେତେଟା ପରେ ଜଗତଜନନୀ ମା’ ଗଜଲକ୍ଷ୍ମୀ ଧରା ପୃଷ୍ଠକୁ ଅବତରଣ କରିଛନ୍ତି ।ଏହି ଅବସରରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରକୁ ଲାଗି ବିକାଶ ନଗରରେ ପୂଜା କମିଟି ତରଫରୁ ମା’ ଗଜଲକ୍ଷ୍ମୀ ବେଶ ଧୂମଧାମରେ ପାଳନ କରାଯାଇଛି ।ସୁନ୍ଦର ତୋରଣ ସହିତ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ବହୁତ ସଂଖ୍ୟାରେ ଶ୍ରଦ୍ଧିଳୁ ଏବଂ ମାନସିକଧାରୀଙ୍କ ଗହଳି ଲାଗି ରହିଥିଲା । ସମସ୍ତ ଶ୍ରଦ୍ଧାଳୁ ଭୋଗରାଗ ଧରି ଆସି ପୂଜାର୍ଚ୍ଚନା କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ । ପୂଜାର୍ଚନା କର୍ମକାଣ୍ଡ ବିଶେଷଜ୍ଞ ପ୍ରାକ୍ତନ ଅଧ୍ୟାପକ ନିକୁଞ୍ଜ କିଶୋର‌ମିଶ୍ର ଙ୍କ ପୌରହିତ୍ୟରେ ସୂର୍ଯ୍ୟପୂଜା,ହୋମ ତଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ଦୁବୁଲାବେଡା ପୋଖରୀରୁ ପୁର୍ଣ କଳଶ ଲାଗି କରାଯାଇଥିଲା ।କର୍ତା ଭାବେ ମଣ୍ଡଳ ବାବୁ ଦାୟିତ୍ବ ନିଭାଇଥିଲେ ।କମିଟି ତରଫରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ବିକାଶନଗର ଵାସୀ ତଥା କମିଟି ସଦସ୍ୟ ସଦସ୍ଯାମାନେ ପରିଚାଳନାରେ ପୁର୍ଣ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ଲୟଜ ୟୂନିଅନର ସମ୍ମିଳନୀ 

masiha

ରୋଗୀଙ୍କ ଗହଣରେ ଜନ୍ମଦିନ ପାଳନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

masiha

Leave a Comment

error: Content is protected !!