ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ସମାଜର ଉନ୍ନତି ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ୍

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ସମାଜର ଉନ୍ନତି ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ୍
ସମାଜର ସୁବିଧା ସୁଯୋଗ ପାଇବା ପାଇଁ ସରକାରୀ ସ୍ତରରେ ହକ୍ ପାଇଁ ସଂଗ୍ରାମ ଓ ମାଟିକଳା ବୋର୍ଡ୍ ଗଠନ ପାଇଁ ବାରମ୍ବାର ଦାବି ପରେ ମଧ୍ୟ ସରକାର ଶୁଣୁ ନଥିବାରୁ ଚିନ୍ତା ପ୍ରକଟ

ରୁପ୍ରା, ୧୨/୧୦ (ଅଜୟ ସେନାପତି) : କଳାହାଣ୍ଡି କୁମ୍ଭାର ସମାଜର ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ନର୍ଲା ବ୍ଲକ୍ ଅନ୍ତର୍ଗତ ସାନଗୁଣ୍ଡୁରି ଗ୍ରାମରେ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି କେଦାର ନାଥ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ବୀର କିଶୋର ରଣା ବିବରଣୀ ପଠନ କରିବା ସହ ପୂର୍ବ ବର୍ଷ କାର୍ଯ୍ୟକ୍ରମର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ସଭାପତି ଗଙ୍ଗାଧର ରଣା, ସଦର ସଭାପତି ଦେବାର୍ଚ୍ଚନ ରଣା, ଜିଲ୍ଲା ଉପ ସଭାପତି ଘନଶ୍ୟାମ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ଲବକାନ୍ତ ରଣା, ଜୁନାଗଡ଼ ବ୍ଲକ ଯୁବ ସଭାପତି ମୀନକେତନ ରଣା, ଡମ୍ବରୁଧର ରଣା, ନର୍ଲା ବ୍ଲକ୍ ଯୁବ ସଭାପତି କୌରବ ରଣା, ଯୁବ ଗାଳ୍ପିକ ଡିଲେଶ୍ୱର ରଣା, କୁବେର ରଣା,ସୁଧୀର ରଣା , ଶିକ୍ଷାବିତ୍ ଉପେନ୍ଦ୍ର ରଣା, କୁବେର ରଣା, ବିରେନ୍ଦ୍ର ରଣା,ପ୍ରଭୃତି ମଞ୍ଚାସିନ ଥିଲେ । ନୂଆଁଖାଇ ଭେଟଘାଟ୍ ଜରିଆରେ ପରସ୍ପର ମଧ୍ୟରେ ଶୁଭେଛା ଆଦାନ ପ୍ରଦାନ କରାଯିବା ପରେ ସମାଜ ର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦିଆଯାଇଥିଲା । ସରକାରୀ ସ୍ତରରେ ଥିବା ସବୁ ସୁବିଧା ,ବ୍ୟବସ୍ଥା ଓ ନିଜ ହକ କୁ ହାସଲ ପାଇଁ ସଂଗ୍ରାମ କରିବାକୁ ଆହ୍ବାନ କରାଯାଇଥିଲା, ସେହିପରି ‘ମାଟିକଳା ବୋର୍ଡ୍’ ଗଠନ କରିବାକୁ ସରକାରଙ୍କୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଦକ୍ଷେପ ନେବାରେ ହେଳା କରୁଥିବରୁ ଏ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ଏହାବାଦ ରାଜନୀତି କ୍ଷେତ୍ରରେ ମଧ୍ୟ ସମାଜର ଯୁବପିଢି ଯେପରି ଆଗକୁ ଆସିବେ ଏବଂ ସକ୍ରିୟ ଅଂଶଗ୍ରହଣ କରିବେ ସେ ନେଇ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ ପ୍ରତିଭାଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଯୁବ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ଏବଂ ଯୁବ ଗାଳ୍ପିକ ଡିଲେଶ୍ୱର୍ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ସାନଗୁଣ୍ଡୁରି ଗ୍ରାମ ସଭାପତି ସତ୍ୟପ୍ରିୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା , ଓମ୍ ପ୍ରକାଶ ରଣା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

Rayagada Forest Fire: 1000 Hectares of Forest Land Affected in First 5 Months

masiha

ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ସମସ୍ତଙ୍କୁ ଉଦ୍ଭାବନ ଅଭିମୁଖୀ କରିବାର ପ୍ରକୃଷ୍ଟ ମଞ୍ଚ

Sunil Chandra Nayak

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

masiha

Leave a Comment

error: Content is protected !!