ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

ନବରଙ୍ଗପୁର :(୧୧|୧୦)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟାରତ ଲେବ ଟେନ୍ନିସିଆନ ଜଣକ ମେଡିକାଲରେ ରକ୍ତ ପରୀକ୍ଷା କରିବାକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି,ସେ ହେଉଛନ୍ତି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଲେବ ଟେନ୍ନିସିଆନ ଦାୟିତ୍ୱ ରେ ରହିଥିବା ସୁରେନ୍ଦ୍ର କୁମାର ଦାସ ନାମକ ଜଣେ କର୍ମଚାରି , ଘଟଣା ରୁ ପ୍ରକାଶ ଆଜି ସକାଳ ୮ ଟା ପୂର୍ବରୁ ଖାଲିପେଟରେ ଆସି ସୁଗାର ଚେକ କରିବାପାଇଁ ଅପେକ୍ଷା କରିଥିବା ରୋଗୀଙ୍କୁ ୯ ଘଣ୍ଟା ୨୦ ମିନିଟ ରେ ମେଡିକାଲ କୁ ଆସି ରକ୍ତ ନେଇ ଥିଲେ, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ତାଙ୍କୁ ଡେରି ରେ ଆସିବା କାରଣ ବିଷୟରେ ପଚାରିବାରୁ ସେ ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହିତ ଯୁକ୍ତି ତର୍କ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପାପଡାହାଣ୍ଡି ଗ୍ରାମର ଶିବୁ ଜୈନ, ଚିନା ମଲ୍ଲିକ, ସନ୍ତୋଷ ପାଇକ, ଭି. ଶାନ୍ତି ରାଓ ଏବଂ ଅନ୍ୟ ମାନେ କହିବା ପ୍ରକା୍ରେ ଏହି ବ୍ୟବହାର ତାଙ୍କର ପ୍ରତିଦିନର, ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସୁ ବ୍ୟବସ୍ଥା କରିବାକୁ ଅଂଚଳବାସି ଙ୍କ ତରଫରୁ ଦାବି ଉଠିଛି, ପୂର୍ବରୁ ମଧ୍ୟ ତାଙ୍କ ନାମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ ରହିଥିବା ସୂଚନା ମିଳିଛି l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ 

masiha

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଧନା 

masiha

Leave a Comment

error: Content is protected !!