ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବି ଡି ଓ

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବି ଡି ଓ

ଆସିକା, ୧୪/୧୦/୨୫ — କାର୍ଯ୍ୟରେ ଯୋଗ ବେବାର ପ୍ରଥମ ଦିନରେ ବ୍ଲକ ସମ୍ମିଳନୀ କକ୍ଷରେ ନୂତନ ବି ଡି ଓ ସଂଗ୍ରାମ କେଶରୀ ଜେନା ପଞ୍ଚାୟତ ରାଜ ବିଭାଗର ଯୋଜନା ସମୂହର ସମୀକ୍ଷା କରିଛନ୍ତି । ଧରାକୋଟ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ବିକସିତ ଗାଁ ବିକଶିତ ଓଡ଼ିଶା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ପେନସନ ଯୋଜନା,ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଯୋଜନା, ଅଙ୍ଗନୱାଡ଼ି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ଯୋଜନା ଗୁଡିକର ସମୀକ୍ଷା କରିବା ସହ ବ୍ଲକ ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ସମସ୍ତଙ୍କ ଭିତରେ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଏ ବି ଡି ଓ ସୁଶିଲ ପଟନାୟକ, ଏ ଇ ଇ ପ୍ରମୋଦ କୁମାର ପାଣିଗ୍ରାହୀ,ଜି ପି ଇ ଓ ଦେବରାଜ ନାୟକ, ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ,ସି ପି ଲମ୍ବୋଦର ଗୌଡ଼, ଏ ପି ଓ ନନ୍ଦିନୀ ଦାସ, ବି ଏସ ଏସ ଓ ସଚିନ ପାତ୍ର, ସି ଡି ପି ଓ ସୁନିଲ ପ୍ରଭା ରଥ, ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା,କନିଷ୍ଠ ଯନ୍ତ୍ରୀ ଦୀପ୍ତିରେଖା ନାଥ, ଡି .କନ୍ୟାକୁମାରୀ , ବିଜୟଲକ୍ଷ୍ମୀ ସାହୁ,ଅର୍ଚ୍ଚନା ପଣ୍ଡା, ପ୍ରଦୀପ ନାୟକ,ପ୍ରେମ ରଞ୍ଜନ ମହାପାତ୍ର, ବିକ୍ରମ ସୋରେନ ଙ୍କ ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସମସ୍ତ ଏ ଡି ଇ ଓ,ସମସ୍ତ ଯୋଗାଣ ସହାୟକ ଉପସ୍ଥିତ ରହିଥିଲେ।

ଆସିକା ରୁ ଶବି ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା 

Sunil Chandra Nayak

ଲେମନ୍ ଗ୍ରାସ୍ ପ୍ଲାଣ୍ଟ ରେ ନିଆଁ 

masiha

Leave a Comment

error: Content is protected !!