ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଡାବୁଗାଁ, ୧୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ ଡା. ସୁଦିପ୍ତା ରାଉତ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଚିନ୍ମୟ ସାହୁ, ଚକ୍ଷୁ ବିଶେଷଜ୍ଞ ଡା. ସନ୍ତୋନା ସାଗରିକା ପ୍ରଧାନ, ମାନସିକ ରୋଗ ବିଶେଷଜ୍ଞ ଡା. ଏନ. ଧନଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା କରିଥିଲେ | ଏହା ସହ ସାଇକୋଲୋଜିଷ୍ଟ ବିଭୂଦତ୍ତ ସେଠୀ, ଅଡିଓଲୋଜିଷ୍ଟ ଶିବପ୍ରସାଦ ସାହୁ ପ୍ରମୁଖ ଚିକିତ୍ସାରେ ସହାୟତା କରିଥିଲେ | ଏଥିରେ ପୂର୍ବରୁ ଅନଲାଇନ ମାଧ୍ୟମରେ ମୋଟ ୨୭୦ ଜଣ ହିତାଧିକାରୀ ପଞ୍ଜୀକୃତ କରିଥିଲେ | ମୋଟ ୨୦୩ ଜଣ ହିତାଧିକାରୀ ଙ୍କୁ ୟୁଡି ଆଇଡି କାର୍ଡ ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀତ ଅତିଥି ଜିଲାପରିଷଦ ସଭ୍ୟ ଜୋନ -୧ ଧନସିଂ ଭତ୍ରା ଓ ଜୋନ -୨ ଗୁପ୍ତ ବିଶୋଇ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ବିଜେଡି ନେତା ଏମ୍. ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଭାଜପା ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ପ୍ରତିନିଧି ଶୁଭଜିତ ପାଣିଗ୍ରାହୀ, ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବିଡିଓ ଶରତ ମାଝି, ସିଡିପିଓ ମିନତୀ ଦାଶ, କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଦିବ୍ୟଶଙ୍କର ପୂଜାରୀ, ଅର୍ଜୁନ ଭତ୍ରା, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ସମସ୍ତ ସରପଞ୍ଚ ଓ ସମିତିସଭ୍ୟା ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅମୂଲ୍ୟ ଦଳାଇ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

masiha

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୪ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

୫ଟି ସଚିବ ପାଣ୍ଡିଆନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନ୍ଦୂଲ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ

Leave a Comment

error: Content is protected !!