ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଡାବୁଗାଁ, ୧୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ ଡା. ସୁଦିପ୍ତା ରାଉତ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଚିନ୍ମୟ ସାହୁ, ଚକ୍ଷୁ ବିଶେଷଜ୍ଞ ଡା. ସନ୍ତୋନା ସାଗରିକା ପ୍ରଧାନ, ମାନସିକ ରୋଗ ବିଶେଷଜ୍ଞ ଡା. ଏନ. ଧନଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା କରିଥିଲେ | ଏହା ସହ ସାଇକୋଲୋଜିଷ୍ଟ ବିଭୂଦତ୍ତ ସେଠୀ, ଅଡିଓଲୋଜିଷ୍ଟ ଶିବପ୍ରସାଦ ସାହୁ ପ୍ରମୁଖ ଚିକିତ୍ସାରେ ସହାୟତା କରିଥିଲେ | ଏଥିରେ ପୂର୍ବରୁ ଅନଲାଇନ ମାଧ୍ୟମରେ ମୋଟ ୨୭୦ ଜଣ ହିତାଧିକାରୀ ପଞ୍ଜୀକୃତ କରିଥିଲେ | ମୋଟ ୨୦୩ ଜଣ ହିତାଧିକାରୀ ଙ୍କୁ ୟୁଡି ଆଇଡି କାର୍ଡ ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀତ ଅତିଥି ଜିଲାପରିଷଦ ସଭ୍ୟ ଜୋନ -୧ ଧନସିଂ ଭତ୍ରା ଓ ଜୋନ -୨ ଗୁପ୍ତ ବିଶୋଇ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ବିଜେଡି ନେତା ଏମ୍. ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଭାଜପା ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ପ୍ରତିନିଧି ଶୁଭଜିତ ପାଣିଗ୍ରାହୀ, ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବିଡିଓ ଶରତ ମାଝି, ସିଡିପିଓ ମିନତୀ ଦାଶ, କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଦିବ୍ୟଶଙ୍କର ପୂଜାରୀ, ଅର୍ଜୁନ ଭତ୍ରା, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ସମସ୍ତ ସରପଞ୍ଚ ଓ ସମିତିସଭ୍ୟା ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅମୂଲ୍ୟ ଦଳାଇ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟପୁର ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

Sunil Chandra Nayak

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ  

Sunil Chandra Nayak

ଜୁନାଗଡ଼ ବ୍ଲକରେ ଆୟୁଷମାନ ଯୋଜନା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!