ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲିଗୁଡାରେ ମା’ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳିତ

ବାଲିଗୁଡାରେ ମା’ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳିତ

ବାଲିଗୁଡା, ତା, ୨୧/୧୦: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ମା’ଶ୍ୟାମା କାଳୀଙ୍କ ପୂଜନୋତ୍ସବ ଓ ଦୀପଦାନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଥିବା ଦୂର୍ଗା ମଣ୍ଡପରେ ବହୁ ପ୍ରତିକ୍ଷିତ ପରମ୍ପରା କୁ ପାଥେୟ କରି ଜିଲ୍ଲା ପ୍ରସିଦ୍ଧ କାଳୀପୂଜା ଓ ଦୀପଦାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସମଗ୍ର ଅଞ୍ଚଳ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଛି। ଏତଦ ବ୍ୟତୀତ ବାଲିଗୁଡା ତଥା ଏହାର ଆଖ ପାଖ ବିଭିନ୍ନ କାଳୀ ଙ୍କ ଶକ୍ତି ପୀଠରେ ସୋମବାର ମଧ୍ୟ ରାତ୍ର ପରେ ରିତିନୀତି ଅନୁଯାଇ ମା’ଙ୍କ ଉପଚାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା l ଏଥିରେ ପୂଜା କର୍ତ୍ତା ଭାବେ ରାଜକିଶୋର ଦାସ ଓ ରୁନୁଦାସ ଦମ୍ପତିଙ୍କ ସମେତ ସମଗ୍ର ଅଞ୍ଚଳ କୁ ଶୁଦ୍ଧି କରଣ କରାଯାଇଥିଲା। ବରିଷ୍ଠ ଦକ୍ଷ ପୁରୋହିତ ଭାବେ ପଣ୍ଡିତ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ l ଏଥିରେ ସମିତି ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେପଟେ ଆଲୋକର ପର୍ବ ଦୀପାବଳି ପାଳନ ଅଞ୍ଚଳର ପୂରପଲ୍ଲୀ ଠୁ ଧରି ସହର ଯାଏଁ ଏହି ପର୍ବ ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରତ୍ୟେକଙ୍କ ଘରେ ବଡ଼ ବଡ଼ିଆ ଙ୍କୁ ନିଜ ପରିବାର ସହ କାଉଁରିଆ କାଠି ଓ ଆଖୁ ଦେଖାଇ ପୂଜା କରୁଛି ତ ପୁଣି କିଏ ନିଜ ଘରେ ପିତୃପୁରୁଷ ଙ୍କୁ ଶ୍ରାଦ୍ଧ ଦେଉଛି ତ ପୁଣି କିଏ ବାଣ ଫୁଟାଇ ମଜା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ସେହିପରି ମନ୍ଦିର ଠୁ ଘର ଯାଏଁ ସବୁଠି ଦୀପ ଲଗାଇ ଏହି ଉତ୍ସବ ପାଳନ ହୋଇଥିଲା l କାର୍ତ୍ତିକ ବ୍ରତଧାରୀ ମାନେ ଏହି ଦୀପାବଳି ରେ ଚଉଁରା ମୂଳ ରେ ଗୀତଗୋବିନ୍ଦ ଗାନ କରିବାର ଦେଖା ଯାଇଥିଲା l ମୋଟା ମୋଟି ଭାବରେ କହିବାକୁ ଗଲେ ଅଞ୍ଚଳ ବାସୀ ଏହି ଉତ୍ସବ କୁ ପାଳନ କରିବାକୁ ବେଶ ମସଗୁଲ ଥିବା ଦେଖିବାକୁ ମିଳିଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା 

masiha

ଜାମଝରଣ ଗ୍ରାମରେ ତୃତୀୟ ତମ ପବିତ୍ର ୧୬ପ୍ରହର ନାମଯଜ୍ଞ

Sunil Chandra Nayak

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

Sunil Chandra Nayak

Leave a Comment

error: Content is protected !!