ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱର୍ଗତ ସାରଥୀ ସାର – ଶ୍ରେଷ୍ଠ ଗୁରୁ ଓ ଧର୍ମାପରାୟଣ ବ୍ୟକ୍ତିତ୍ଵ ଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା   

ସ୍ୱର୍ଗତ ସାରଥୀ ସାର – ଶ୍ରେଷ୍ଠ ଗୁରୁ ଓ ଧର୍ମାପରାୟଣ ବ୍ୟକ୍ତିତ୍ଵ ଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା                                     

ନବରଙ୍ଗପୁର:(୨୧|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁରର ଶ୍ରେଷ୍ଠ ଗୁରୁ ଓ ଧର୍ମ ପରାୟଣ ର ମୂର୍ତ୍ତିମନ୍ତ ପ୍ରତୀକ ସ୍ୱର୍ଗତଃ ସାରଥୀ କୁମାର ଆଚାର୍ଯ୍ୟଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପର୍ଶୁରାମ ମାଝୀ ,ସମ୍ମାନୀତ ଅତିଥି ଭାବେ କଲେଜ ପ୍ରିନ୍ସପାଲ ଗଣେଶ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ଆଚାର୍ଯ୍ୟ, ଶ୍ରେଷ୍ଠ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ହୃଷିକେଶ ଆଚାର୍ଯ୍ୟ , ଯୁବ ସାମ୍ବାଦିକ ସନ୍ତୋଷ ପାଣିଗ୍ରାହୀ,ପ୍ରମେୟ ସାମ୍ବାଦିକ ସନ୍ତୋଷ ସାହୁ, ସମ୍ବାଦ ସାମ୍ବାଦିକ ଆକାଶ ବିଷୋୟୀ ପ୍ରମୁଖ ସି.ଆର. ସି.ସି .ଧରଣୀଧର କମର୍ଲା, ମୈଦଲପୁର ସରପଞ୍ଚ ଚନ୍ଦ୍ର ଧ୍ବଜ ମାଝୀ ଉପସ୍ଥିତ ହୋଇ ସ୍ୱର୍ଗତ ଶିକ୍ଷକର ମୈଦଲପୁର ଅଞ୍ଚଳ ପାଇଁ ଶିକ୍ଷକ ଭାବେ ଶିକ୍ଷାଦାନ କରି ମଣିଷ ତିଆରି କରି ଶିକ୍ଷାର ଆଲୋକ ବର୍ତ୍ତିକା ଗୁଣକୁ ମନେ ପକାଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସି.ଆର.ସି.ସି. ବାବୁଲାଲ ସାଗର ସାରଙ୍କ ଅଭୁଲା ଶ୍ରେଷ୍ଠ ଗୁରୁ ଭାବରେ କର୍ମକୁ ପାଥେୟ କରି ଜୀବନରେ ସମୟାନୁ ବର୍ତ୍ତିତା,ଶିକ୍ଷକ ଭଳି ପୁଣ୍ୟ କର୍ମ କୁ ସଠିକ ରୂପେ ପାଳନ କରି ମୋ ଭଳି ଶିକ୍ଷକ ହୁଅ ଓ ପ୍ରେରଣା ଦାୟକ ବାର୍ତ୍ତା କୁ ପାଥେୟ କରି ଶିକ୍ଷାଦାନ ରେ କାର୍ଯ୍ୟ କଲେ ସମାଜ ପାଇଁ ସୂର୍ଯ୍ୟ ସମ ଆଲୋକ ବର୍ତ୍ତିକା ଶିକ୍ଷକ ହେବା ବାର୍ତ୍ତାକୁ ମନେପକାଇ ଶ୍ରଦ୍ଧାଞ୍ଜଳି ସଭାରେ ତଥ୍ୟ ଉପସ୍ଥାପନା କରିଥିଲେ। ଭାଗବତର ମହନୀୟ ବାର୍ତ୍ତା ପ୍ରଦାନ କରି ମାନବ ଜୀବନକୁ କର୍ମରୁ ଧର୍ମ ପଥକୁ ପାଥେୟ କରି ଜୀବନ ମରଣ ଚକରେ ପରିଚାଳିତ କରିବା ଭାବକୁ ମନେ ପକାଇଥିଲେ।କାର୍ଯ୍ୟକ୍ରମକୁ ବିଷୋୟୀ ସାର ସୁଚାରୁରୂପେ ସମ୍ପାଦନା ପାଇଁ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

Sunil Chandra Nayak

ଝାଡଖଣ୍ଡି ହାତୀ ଆତଙ୍କ 

masiha

Leave a Comment

error: Content is protected !!